ଓଡ଼ିଶାଲାଇଭ୍ ବ୍ୟୁରୋ

ଆସିଲା ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା। ଦ୍ୱିତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।
ପୁରୀ ଲୋକସଭା ଆସନରୁ ଅରୂପ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ କଟକରୁ ଲଢ଼ିବେ ଡକ୍ଟର ସନ୍ତୃପ୍ତ ମିଶ୍ର। ସେହିପରି ଢେଙ୍କାନାଳରୁ ଅବିନାଶ ସାମଲ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ ଏବଂ ଯାଜପୁରରୁ ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି।
ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୯ଟି ଲୋକସଭା ଆସନ ଓ ୭୨ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ବିଜେଡି। ବୁଧବାର ଦିନ ମୋଟ ୧୫ଟି ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି।
Tags: #Politics #OdishaPolitics #BJD #BJDReleaseCandidatesList #Odisha #LokSabhaElection #AssemblyElection


















