ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏପ୍ରିଲ ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ନୂତନ ଶିକ୍ଷା ବର୍ଷ। ନୂଆ ଶ୍ରେଣୀରେ ପାଠ ପଢ଼ିବେ ରାଜ୍ୟର ଛାତ୍ରଛାତ୍ରୀ। ଏନେଇ ନାମଲେଖା ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ। ତେବେ ଛାତ୍ରଛାତ୍ରୀଙ୍କ ନାମଲେଖା ଓ ପାଠପଢ଼ାରେ ଯେପରି କୌଣସି ବାଧା ସୃଷ୍ଟି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଛି।

ଓସେପାର ନିର୍ଦ୍ଦେଶ ଅନୁସାରେ ଏପ୍ରିଲ ୨ ତାରିଖରେ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ସମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ଫଳ ପ୍ରକାଶ କରାଯିବ। ରେଜଲ୍ଟକୁ ଆଧାର କରି ଛାତ୍ରଛାତ୍ରୀଙ୍କ ଆଗାମୀ ଶ୍ରେଣୀରେ ନାମଲେଖା ହେବ। ଏହାସହ ଠିକ ସମୟରେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପାଠ୍ୟପୁସ୍ତକ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ସେହିପରି ରେଜଲ୍ଟ ପ୍ରକାଶ ଦିନ ଅଭିଭାବକମାନଙ୍କୁ ସ୍କୁଲରେ ଉପସ୍ଥିତ ରହିବାକୁ ପରାମର୍ଶ ଦିଆଯାଇଛି। ଆଗାମୀ ଶ୍ରେଣୀରେ ସେମାନଙ୍କ ପିଲାଙ୍କ ପାଠପଢ଼ାରେ କିଭଳି ଆହୁରି ଉନ୍ନତି ହୋଇପାରିବ ସେ ବିଷୟରେ ଅଲୋଚନା କରାଯିବ।

ସ୍କୁଲରେ ପାଠପଢ଼ା ସମୟରେ ନାମଲେଖା ଚାଲୁ ରହିବ। ସବୁ କାର୍ଯ୍ୟ ଦିବସରେ ବୟସ ଉପଯୁକ୍ତ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ନାମଲେଖା ଯିବ। ତେବେ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଡ୍ରପଆଉଟକୁ କମ୍ କରିବା ପାଇଁ ପଦକ୍ଷେପ ନେବାକୁ ଓସେପା ପକ୍ଷରୁ କୁହାଯାଇଛି।

Tags: #SchoolEducation #Students #OSEPA #SMEOdisha

LEAVE A REPLY

Please enter your comment!
Please enter your name here