ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ସୋମବାର ଚୈତ୍ର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀଜୀଉଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହୋଇଥାଏ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଖସାପଡ଼ା ନୀତି ପାଇଁ ସୋମବାର ଶ୍ରୀମନ୍ଦିରରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ଦର୍ଶନ ବନ୍ଦ ରହିବ। ଏହି ସମୟରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଖସାପଡ଼ା ନୀତି କରିବେ। ଏହାପରେ ଦର୍ଶନ ସ୍ଵାଭାବିକ ହେବ।

ଦ୍ଵିତୀୟ ଭୋଗମଣ୍ଡପରେ ଭୋଗ ନୀତି ଶେଷ ହେବା ପରେ ଦଇତାପତି ସେବକମାନେ ରତ୍ନ ସିଂହାସନରେ ଖସାପଡ଼ା ନୀତି କରିବେ। ଏଥିପାଇଁ ପହୁଡ଼ ଆଳତି ପରେ ଜୟ-ବିଜୟ ଦ୍ଵାର ବନ୍ଦ କରାଯିବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ।

ଖସାପଡ଼ା ନୀତି ଶ୍ରୀଜିଉଙ୍କ ଶ୍ରୀପୟରର ସୁରକ୍ଷା ଲାଗି କରାଯାଇଥାଏ। ଏଥିରେ ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡ଼ାରେ ଘୋଡାଇ ଦିଆଯାଏ। ଏହି ନୀତି ପାଇଁ ପୂର୍ବଦିନରୁ ଦେଉଳ କରଣ ଧଳାକନା ଧୋଇ ଶୁଖାଇ ଗାରଦରେ ଜମା କରିଥାନ୍ତି। ବର୍ଷକୁ ଦୁଇରୁ ତିନି ଥର ଏହି ନୀତି କରାଯାଇଥାଏ।

Tags: #Srimandir #KhasapadaRitual #SriJagannath #Tradition #Culture #Puri

LEAVE A REPLY

Please enter your comment!
Please enter your name here