ଓଡ଼ିଶାଲାଇଭ୍ ବ୍ୟୁରୋ

ପାଖେଇ ଆସୁଛି ନିର୍ବାଚନ ସମୟ, ରାଜ୍ୟରେ ଜୋର ଧରିଛି ଦଳ ଛାଡ଼ିବା ରାଜନୀତି। ଏହାରି ମଧ୍ୟରେ ଗୁରୁବାର ଦିନ କଂଗ୍ରେସର ସମସ୍ତ ପଦପଦବୀ ସମେତ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବାପି ସର୍ଖେଲ। ନିଜ ଇସ୍ତାପତ୍ରକୁ ସେ ପିସିସି ସଭାପତିଙ୍କ ନିକଟକୁ ପଠାଇଛନ୍ତି।

ପାରାଦୀପରେ ବାପି ସର୍ଖେଲଙ୍କର ବେଶ ଦବଦବା ରହିଛି। ତାଙ୍କ ଇସ୍ତଫା କଂଗ୍ରେସକୁ ଏକ ପ୍ରକାର ଝଟକା ଦେଇଛି। କିଛି ଦିନ ପୂର୍ବରୁ ପତ୍ନୀ ମୋନିଦୀପା ବିଜେଡିରେ ଯୋଗ ଦେଇଥିବାରୁ କଂଗ୍ରେସ ଛାଡ଼ିବା ପରେ ବାପି ସର୍ଖେଲ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି।

ବାପି ସର୍ଖେଲ ୨୦୧୪ ଓ ୨୦୧୯ରେ କଂଗ୍ରେସ ଟିକେଟରୁ ପାରାଦୀପ ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ବିଫଳ ହୋଇଥିଲେ। କଂଗ୍ରେସରେ ଥିଲେ ମଧ୍ୟ ପ୍ରାୟ ୩ ବର୍ଷ ହେଲା ସେ ଦଳୀୟ କାର୍ଯ୍ୟକ୍ରମଠାରୁ ଦୂରେଇ ରହୁଥିଲେ।

Tags: #Politics #OdishaPolitics #Congress #BapiSarkhel

Comment