ଓଡ଼ିଶାଲାଇଭ୍ ବ୍ୟୁରୋ

ଅସହ୍ୟ ହେଲାଣି ତାପମାତ୍ରା। ଏପ୍ରିଲ ୭ ତାରିଖ ଯାଏଁ ଓଡ଼ିଶାରେ ତାପମାତ୍ରାରେ ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି। ହିଟ୍ ଓ୍ଵେଭ୍ ପାଇଁ ରାଜ୍ୟର ୬ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଓ୍ଵାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ବୌଦ୍ଧ, ମାଲକାନଗିରି, ବଲାଙ୍ଗିର, ଅନୁଗୁଳ, କେନ୍ଦୁଝର ଏବଂ ନୟାଗଡ଼। ଏହି ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୧ ଡିଗ୍ରୀ ଟପିବା ନେଇ ଆକଳନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସେହିପରି ଏପ୍ରିଲ ୭ ତାରିଖ ମାଲକାନଗିରି, ବଲାଙ୍ଗିର, ବୌଦ୍ଧ, ନୟାଗଡ଼, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାକୁ ହିଟ୍ ଓ୍ଵେଭ୍ ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

ଏହି ସମୟରେ ସତର୍କତା ଅବଲମ୍ବନ କରିବା ଲାଗି ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଆବଶ୍ୟକତା ନଥିଲେ ଘରୁ ବାହାରକୁ ନଯିବାକୁ ଲାଗି କୁହାଯାଇଛି।

Tags: #Weather #WeatherUpdate #HeatWave #Odisa #HotWeather

LEAVE A REPLY

Please enter your comment!
Please enter your name here