ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରାର୍ଥୀ ଚୟନକୁ ନେଇ ରାଜ୍ୟର ବିଭିନ୍ନ ରାଜନୈତିକ ଦଳରୁ ଇସ୍ତଫା ଦେଉଛନ୍ତି ଅସନ୍ତୁଷ୍ଟ ନେତା। ଗୁରୁବାର ଦିନ ବିଜେଡିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଏବଂ ଆଠମଲ୍ଲିକ ବିଧାୟକ ରମେଶ ସାଏ।

ରାମଚନ୍ଦ୍ର ପଣ୍ଡା ବିଜେଡିରୁ ଇସ୍ତଫା ଦେବା ପରେ ନିଜର ଅସନ୍ତୋଷ ଛାଡ଼ିଛନ୍ତି। ଦଳ ପକ୍ଷରୁ ତାଙ୍କୁ ବାରମ୍ବାର ଅଣଦେଖା କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ଏପଟେ ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଧାୟକ ରମେଶ ସାଏ। ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ ନିଜ ଇସ୍ତଫା ପତ୍ରକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି।

Tags: #Politics #OdishaPolitics #BJD #Odisha

LEAVE A REPLY

Please enter your comment!
Please enter your name here