ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଉରକେଲାରେ ସାରଦା ନାୟକ ରିପିଟ
  • ପ୍ରକାଶ ବେହେରାଙ୍କୁ ବାରବାଟୀ କଟକରୁ ସୁଯୋଗ

ଓଡ଼ିଶା ବିଧାନସଭା ନିର୍ବାଚନ ଲାଗି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି। ଶୁକ୍ରବାର ଦିନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି।

କିଏ କେଉଁଠୁ ଲଢ଼ିବେ?

ରେଙ୍ଗାଲି- ସୁଦର୍ଶନ ହରିପାଲ

ରାଉରକେଲା- ସାରଦା ପ୍ରସାଦ ନାୟକ

ବୀରମିତ୍ରପୁର- ରୋହିତ ଜୋସେଫ ତିର୍କୀ

କେନ୍ଦୁଝର- ମୀନା ମାଝି

ରାଇରଙ୍ଗପୁର- ରାଇସିନ ମୁର୍ମୁ

ବାଲେଶ୍ୱର- ସ୍ୱରୂପ ଦାସ

ବାରବାଟୀ କଟକ- ପ୍ରକାଶ ବେହେରା

ସାଲେପୁର- ପ୍ରଶାନ୍ତ ବେହେରା

ଜୟଦେବ- ନବକିଶୋର ମଲ୍ଲିକ

ଗତ ମାର୍ଚ୍ଚ ୨୭ ତାରିଖରେ ବିଜେଡି ପ୍ରଥମ ପର୍ଯ୍ୟାୟରେ ୭୨ଟି ବିଧାନସଭା ଆସନ ଓ ୧୫ଟି ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଥିଲା। ଏହାପରେ ଏପ୍ରିଲ ୩ ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୭ଟି ବିଧାନସଭା ଓ ୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଥିଲା।

ଶୁକ୍ରବାର ଦିନ ତୃତୀୟ ପର୍ଯ୍ୟାୟରେ ଆଉ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଆଉ ମୋଟ ୩୯ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେଡି।

Tags: #Politics #Odishapolitics #Odisha #BJD ##Election #LokSabhaElection #AssemblyElection #GeneralElection2024

LEAVE A REPLY

Please enter your comment!
Please enter your name here