ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ସୋମବାର ଏଠାରେ କୁମ୍ବିଂ ଅପରେସନ ବେଳେ ୬ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ ହୋଇଛନ୍ତି। ଏହାସହ ସେମାନଙ୍କଠାରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।

ସୁକମା ଜିଲ୍ଲା ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିବା ନେଇ ପୋଲିସକୁ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ଯାହାକୁ ଆଧାର କରି ଉକ୍ତ ଅଞ୍ଚଳରେ ଛତିଶଗଡ଼ ପୋଲିସ ଓ ସିଆରପିଏଫ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା।

କୁମ୍ବିଂ ଅପରେସନବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ ‌ହୋଇଥିଲେ। ତେବେ ଏହି ସମୟରେ ଯବାନମାନେ ଅତି ଚତୁରତାର ସହ ମାଓବାଦୀମାନଙ୍କୁ ଗିରଫ କରିଥିଲେ।

ସେମାନଙ୍କଠାରୁ ୧୯ଟି ବିଜିଏଲ ବୋମା, ୨ଟି ଲ୍ୟାଣ୍ଡମାଇନ ତଥା ଅନେକ ଜିଲେଟିନ ଷ୍ଟିକ ଜବତ ହୋଇଛି। ଆସନ୍ତା ସାଧାରଣ ନିର୍ବାଚନ ସମୟରେ ସେମାନେ କିଛି ବଡ଼ଧରଣର ହିଂସା ଘଟାଇବାକୁ ଯୋଜନା କରିଥିଲେ ବୋଲି ଅଭିଯୋଗ ହେଉଛି।   

Tags: #Police-MaoistEncounter #Sukma #Odisha-ChhattisgarhBorder #Malkangiri

Comment