ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାର ଫ୍ଲୋରିଡ଼ା ରାଜ୍ୟରେ ପାଳନ ହେଲା ‘ଉତ୍କଳ ଉତ୍ସବ’। ବିଦେଶ ମାଟିରେ ଶୁଭିଲା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ।

ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ‘ଫ୍ଲୋରିଆ’ ତରଫରୁ ଫ୍ଲୋରିଡ଼ା ରାଜ୍ୟର ଟାମ୍ପା ସହରରେ ପାଳନ ହୋଇଯାଇଛି ଉତ୍କଳ ଉତ୍ସବ। ଓଡ଼ିଆ ଭାଷା ଓ ଓଡ଼ିଶାର କଳା ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଫ୍ଲୋରିଆ ପକ୍ଷରୁ ଏହିଭଳି କାର୍ଯ୍ୟକ୍ରମ କରାଯାଉଛି।

ଉତ୍କଳ ଉତ୍ସବରେ ପ୍ରାୟ ଦୁଇ ଶହ ଓଡ଼ିଆ ପରିବାର ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ କୁନି କୁନି ପିଲାମାନେ ‘ବନ୍ଦେ ଉତ୍ସଳ ଜନନୀ’ ସଙ୍ଗୀତ ଗାନ କରିଥିଲେ। କେବଳ ସେତିକି ନୁହେଁ ଓଡ଼ିଶୀ, ସମ୍ବଲପୁରୀ ନୃତ୍ୟ ସାଙ୍ଗକୁ ଆଧୁନିକ ନୃତ୍ୟ, ନୂଆ ଓ ପୁରୁଣା ଓଡ଼ିଆ ସଙ୍ଗୀତ ପରିବେଷଣ କରାଯାଇଥିଲା। ଶେଷରେ ଅନୁଷ୍ଠାନର କଳାକାରମାନେ ବ୍ୟଙ୍ଗାତ୍ମକ ନାଟକ ମଞ୍ଚସ୍ଥ କରିଥିଲେ।

Tags: #UtkalDibas #PrabasiOdia #USA #TampaCity #FloridaState #Celebration

LEAVE A REPLY

Please enter your comment!
Please enter your name here