ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣ ନିର୍ବାଚନ ୨୦୨୪ ଲାଗି ଇସ୍ତାହାର କମିଟି ଗଠନ କଲା ବିଜେଡି। ଏହି କମିଟିରେ ରହିଛନ୍ତି ମୋଟ ୩୮ ଜଣ ସଦସ୍ୟ। ଇସ୍ତାହାର କମିଟର ଅଧ୍ୟକ୍ଷ ଭାବେ ବରିଷ୍ଠ ବିଜେଡି ନେତା ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଦାୟିତ୍ୱ ମିଳିଛି।

ସେହିଭଳି ୬ ଜଣ ବରିଷ୍ଠ ନେତାଙ୍କୁ ଉପାଧ୍ୟକ୍ଷ ଦାୟିତ୍ୱ ଦେଇଛି ଦଳ। ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ, ସୁଦାମ ମାର୍ଣ୍ଡି, ମଙ୍ଗଳା କିଷାନ, ପଦ୍ମନାଭ ବେହେରା ଓ କସ୍ତୁରୀ ମହାପାତ୍ର ଇସ୍ତାହାର କମିଟିର ଉପାଧ୍ୟକ୍ଷ ରହିବେ।

ଅମର ପଟ୍ଟନାୟକ ଇସ୍ତାହାର କମିଟିର ଆବାହକ ରହିଥିବାବେଳେ ସସ୍ମିତ ପାତ୍ରଙ୍କୁ ମିଳିଛି ସହ-ଆବାହକ ଦାୟିତ୍ୱ। ସେହିପରି ଡକ୍ଟର ସୁକାନ୍ତ କୁମାର ମହାପାତ୍ର, ସ୍ଵପ୍ନେନ୍ଦୁ ମହାନ୍ତି ଏବଂ ଅମୀୟ ମିଶ୍ରଙ୍କୁ ପ୍ରବାସୀ ଓଡ଼ିଶା ବିଶେଷଜ୍ଞ ଭାବେ ଦାୟିତ୍ଵ ଦେଇଛି ବିଜେଡି।

ଇସ୍ତାହାର କମିଟିରେ ୨୬ ଜଣଙ୍କୁ ସଦସ୍ୟ ଭାବେ ଦାୟିତ୍ୱ ମିଳିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ଅତନୁ ସବ୍ୟସାଚୀ ନାୟକ, ଡକ୍ଟର ଅଚ୍ୟୁତ ସାମନ୍ତ, ଡକ୍ଟର ଅରୁଣ କୁମାର ସାହୁ, ଡକ୍ଟର ସନ୍ତୃପ୍ତ ମିଶ୍ର, ସଞ୍ଜୟ କୁମାର ଦାସ ବର୍ମା, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂ, କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଶ୍ରୀମୟୀ ମିଶ୍ର, ଚିନ୍ମୟ ସାହୁ, ଚିରଞ୍ଜୀବ ବିଶ୍ଵାଳ, ସୁବାଷ ସିଂ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ରମେଶ ଚନ୍ଦ୍ର ମାଝି, ଦିଲ୍ଲୀପ ତିର୍କୀ, ରବି ନାରାୟଣ ନନ୍ଦ, ଅମରେଶ ପତ୍ରି, ନିଜାମୁଦ୍ଦିନ, ତନ୍ମୟ ସ୍ଵାଇଁ, ଜ୍ୟୋତ୍ସ୍ନାରାଣୀ ପରିଡ଼ା, ବିଷ୍ଣୁପ୍ରିୟା ଦାସ, ସଞ୍ଜିତ ମହାନ୍ତି, ପଙ୍କଜିନୀ ମଙ୍ଗରାଜ, ମାମିନା ନାୟକ ଏବଂ କିଶୋର ଦେବତା।

ପୂର୍ବରୁ ଚନ୍ଦ୍ରଶେଖର ସାହୁଙ୍କୁ ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଥିଲା। ଏହି କମିଟି ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିବ ଏବଂ ସେମାନଙ୍କ ମତାମତ ଆଧାରରେ ନିଜ ନିର୍ବାଚନୀ ଇସ୍ତାହାର ଆଣିବ ବିଜେଡି।

Tags: #Politics #OdishaPolitics #BJD #GeneralElection2024 #ManifestoCommittee #Odisha

Comment