ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ। ଗୁରୁବାର ଦିନ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ଜ୍ୟୋତି ପାଣିଗ୍ରାହୀ ବିଜେଡିର ବରିଷ୍ଠ ଉପସଭାପତି ତଥା ସୁନ୍ଦରଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଥିଲେ। ଜ୍ୟୋତି ପାଣିଗ୍ରାହୀଙ୍କ ସ୍ଵାମୀ ସରୋଜ ପାଣିଗ୍ରାହୀ ମଧ୍ୟ ବିଜେଡିରୁ ଇସ୍ତା ଦେଇଛନ୍ତି।

ଜ୍ୟୋତି ପାଣିଗ୍ରାହୀ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି, ବିଜେଡି ଆଉ ପୂର୍ବଭଳି ବିଜେଡି ହୋଇ ରହିନାହିଁ। ଆଗ ଭଳି ଆଉ ଦଳରେ ଏକତା କିମ୍ବା ଗଣତାନ୍ତ୍ରିକ ମୂଲ୍ୟବୋଧ ନାହିଁ। ଦଳର ନେତାଙ୍କୁ ଭେଟିବାର ସୁଯୋଗ ମିଳୁନି। ଏବେର ହୋହାଲ୍ଲା ଭିତରେ ଏକୁଟିଆ ଲାଗୁଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ବିଜୁ ପଟ୍ଟନାୟକଙ୍କ ଡାକରାରେ ଅଧ୍ୟାପିକା ଚାକିରି ଛାଡ଼ି ୧୯୯୫ ମସିହାରେ ରାଜନୀତିକୁ ଆସିଥିଲେ। ଏହା ପରେ ସେ ବିଜେଡିରେ ସାମିଲ ହୋଇଥିଲେ। ଜ୍ୟୋତି ପାଣିଗ୍ରାହୀ ଟିକେଟ ଆଶାୟୀ ଥିଲେ, କିନ୍ତୁ ତାଙ୍କୁ ଟିକେଟ ମିଳିଲା। ଏହି କାରଣରୁ ସେ ଦଳ ଛାଡ଼ି ଥାଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Tags: #Politics #OdishaPolitics #BJD #JyotiPanigrahi #Odisha

Comment