ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ବିଜୟୱାଡ଼ାଠାରେ ନିର୍ବାଚନ ପ୍ରଚାର ପାଇଁ ଯାଇଥିବାବେଳେ ଦୁର୍ବୃତ୍ତଙ୍କ ପଥର ମାଡ଼ରେ ଆହତ ହୋଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ। ଜଗନମୋହନ ରେଡ୍ଡୀଙ୍କ ଡାହାଣ ଆଖି ନିକଟରେ ଆଘାତ ଲାଗିଛି। ଏହା ସହ ଅନ୍ୟଜଣେ ମନ୍ତ୍ରୀ ଶ୍ରୀନିବାସଙ୍କ ଆଖିରେ ମଧ୍ୟ ଆଘାତ ଲାଗିଛି।

ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଦଳୀୟ ନେତା ଏବଂ ସମର୍ଥକଙ୍କ ସହ ବିଜୟୱାଡ଼ା ସହରରେ ପ୍ରଚାର ପାଇଁ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଫୁଲମାଳ ପକାଇ ସ୍ଵାଗତ କରିବା ବେଳେ ଜଣେ ଅଜ୍ଞାତ ବ୍ୟକ୍ତି ଅଚାନକ ପଥର ମାଡ଼ ଆରମ୍ଭ କରିଥିଲେ।

ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ପଥର ମାଡ଼ରେ ଆହତ ହେବା ପରେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କର ମୁଣ୍ଡ ଫାଟି ଯାଇଥିବାରୁ ସିଲେଇ କରାଯାଇଥିବା ଡାକ୍ତର କହିଛନ୍ତି।

ଏହି ଘଟଣା ପାଇଁ ୱାଇଏସଆର କଂଗ୍ରେସ ପାର୍ଟିର ନେତାମାନେ ତେଲୁଗୁ ଦେଶମ ଦଳକୁ ଦାୟୀ କରୁଛନ୍ତି। ତେବେ ଏହି ଆକ୍ରମଣ ପଛରେ ତେଲୁଗୁ ଦେଶମ ଦଳର କୌଣସି ହାତ ନଥିବା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ତେଲୁଗୁ ଦେଶମ ଦଳର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ଏହି ଘଟଣାକୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ତୀବ୍ର ନିନ୍ଦା କରିଛନ୍ତି।

Tags: #Politics #AndhraPradeshPolitics #ElectionCampaign #AndhraPradeshCMJaganmohanReddy #StoneHurled

Comment