ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ନିର୍ବାଚନ ପରିଚାଳନା କମିଟି ଗଠନ ହୋଇଛି। ଏଥିରେ ୨୬ ଜଣ ସଦସ୍ୟ ରହିଛନ୍ତି। ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନଙ୍କୁ ଏହାର ସଭାପତି ଦାୟିତ୍ଵ ମିଳିଛି। ଏନେଇ ବୁଧବାର ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଅନୁମୋଦନ କରାଯାଇଛି।

ଓଡ଼ିଶା କଂଗ୍ରେସର ନିର୍ବାଚନ ପରିଚାଳନା କମିଟିରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା ସଦସ୍ୟ ରହିଛନ୍ତି। ଏହି କମିଟିରେ ମନୋରଞ୍ଜନ ଦାସ ଆବାହକ ଥିବାବେଳେ ବାଙ୍କନିଧି ବେହେରା ଓ ବିକାଶ ଗରାବଡ଼ୁ ଯୁଗ୍ମ ଆବାହକ ଭାବେ ସ୍ଥାନ ପାଇଛନ୍ତି। ସେହିପରି ଚଳିତ ସାଧାରଣ ନିର୍ବାଚନରେ ଏହି କମିଟି ଓଡ଼ିଶାରେ କଂଗ୍ରେସର ବିଭିନ୍ନ ନିର୍ବାଚନ କାର୍ଯ୍ୟ ତଦାରଖ କରିବ।

ଓଡ଼ିଶା କଂଗ୍ରେସ ନିର୍ବାଚନ ପରିଚାଳନା କମିଟିର ସଦସ୍ୟମାନେ ହେଲେ

  • ପ୍ରସାଦ ହରିଚନ୍ଦନ – ସଭାପତି
  • ନିରଞ୍ଜନ ପଟ୍ଟନାୟକ
  • ଜୟଦେବ ଜେନା
  • ଭକ୍ତଚରଣ ଦାସ
  • ଶ୍ରୀକାନ୍ତ ଜେନା
  • ସୁଶୀଳା ତିରିଆ
  • ଶରତ ରାଉତ
  • ରାମଚନ୍ଦ୍ର ଖୁଣ୍ଟିଆ
  • ବିଜୟ କୁମାର ପଟ୍ଟନାୟକ
  • ପଞ୍ଚାନନ କାନୁନଗୋ
  • ଜଗନ୍ନାଥ ପଟ୍ଟନାୟକ
  • ନକୁଳ ନାୟକ
  • ନବଜ୍ୟୋତି ପଟ୍ଟନାୟକ
  • ମାନସ ଚୌଧୁରୀ
  • ହମିଦ୍‌ ହୁସେନ୍‌
  • ବନ୍ଦିତା ପରିଡ଼ା
  • ଶୁଭେନ୍ଦୁ ମହାନ୍ତି
  • ମନୋଜ ଜେନା
  • ଦେବାଶିଷ ଭୂୟ୍ୟାଁ
  • ସୀତାଂଶୁ ଦାସ
  • କିଶୋର ଜେନା
  • ଲୋକନାଥ ମହାରଥୀ
  • ରାଜୀବ ପଟ୍ଟନାୟକ
  • ମନୋରଞ୍ଜନ ଦାସ – ଆବାହକ
  • ବାଙ୍କନିଧି ବେହେରା – ଯୁଗ୍ମ ଆବାହକ   
  • ବିକାଶ ଗରାବଡ଼ୁ – ଯୁଗ୍ମ ଆବାହକ   

Tags: #IndianGeneralElections #Congress #OPCC #AICC #Politics #Odisha

LEAVE A REPLY

Please enter your comment!
Please enter your name here