ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭା ନିର୍ବାଚନ ଲାଗି ତୃତୀୟ ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ। ତୃତୀୟ ପର୍ଯ୍ୟାୟରେ ୪ଟି ଆସନ ଲାଗି ଗୁରୁବାର ଦିନ ପ୍ରାର୍ଥୀ ଘୋଷଣା କରାଯାଇଛି।

ଦେବେନ୍ଦ୍ର ସାହୁଙ୍କୁ ମାହାଙ୍ଗା ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଥିବାବେଳେ ସତ୍ୟବାଦୀରୁ ଲଢ଼ିବେ ମନୋଜ ରଥ। ସେହିପରି ପ୍ରକାଶ ଜେନାଙ୍କୁ କଂଗ୍ରେସ ଭୁବନେଶ୍ଵର ମଧ୍ୟରୁ ପ୍ରାର୍ଥୀ କରିଥିବାବେଳେ ଆଶୋକ ଦାସ ଭୁବନେଶ୍ଵର ଉତ୍ତରରୁ ପ୍ରତିଦ୍ଵନ୍ଦ୍ଵିତା କରିବେ। 

ପୂର୍ବରୁ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୪୭ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୨୮ ଜଣଙ୍କ ନାଁ ଘୋଷଣା କରିଥିଲା।

Tags: #Politics #OdishaPolitics #Congress #OdishaAssemblyElection2024

LEAVE A REPLY

Please enter your comment!
Please enter your name here