ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ। ବିଜେପିର ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଗୀତାଞ୍ଜଳି ସୋମବାର ଦିନ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି।

ଗୀତାଞ୍ଜଳି ସେଠୀଙ୍କୁ କେନ୍ଦ୍ରପଡ଼ା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ଗୀତାଞ୍ଜଳି ଟିକେଟ ଆଶାୟୀ ଥିଲେ। କିନ୍ତୁ ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ଗଣେଶ୍ୱର ବେହେରାଙ୍କୁ ଏହି ଆସନ ଲାଗି ପ୍ରାର୍ଥୀ କରିଛି ଦଳ। ଅସନ୍ତୁଷ୍ଟତା କାରଣରୁ ଗୀତାଞ୍ଜଳି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା କୁହାଯାଉଛି।

Tags: #Politics #OdishaPolitics #Kendrapara #GeetajaliSethi #BJP #BJD #ZillaParisadChaiman

LEAVE A REPLY

Please enter your comment!
Please enter your name here