ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ନିର୍ବାଚନ ଯେତେ ପଖଉଛି ରାଜନୈତିକ ଉଷ୍ମତା ବଢ଼ି ଚାଲିଛି। ରାଜ୍ୟରେ ନିର୍ବାଚନ ପ୍ରଚାର ପାଇଁ ଆସିବାକୁ ଯାଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ ଆସନ୍ତା ଏପ୍ରିଲ ୨୮ ଏବଂ ମେ’ ୩ ତାରିଖରେ ଓଡ଼ିଶା ଆସିବେ। ଏନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି।

ରାହୁଲ ଗାନ୍ଧୀ ଏପ୍ରିଲ ୨୮ ତାରିଖରେ ସାଲେପୁର ଗସ୍ତ କରିବେ। ସେ ଏହି ସମୟରେ ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ସମ୍ବୋଧନ କରିବେ। ସେହପରି ମେ’ ୩ ତାରିଖରେ ରାହୁଲ ରାୟଗଡ଼ାରେ ନିର୍ବାଚନୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

ରାହୁଲ ଗାନ୍ଧୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉଭୟ ସାଲେପୁର ଏବଂ ରାୟଗଡ଼ାରେ ନିର୍ବାଚନୀ ପ୍ରଚାର ପାଇଁ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ତେବେ ରାହୁଲଙ୍କ କାର୍ଯ୍ୟକ୍ରମର ରୂପରେଖ କ’ଣ ରହିବ ସେନେଇ ଦଳ ପକ୍ଷରୁ ଆଗକୁ ସୂଚନା ଦିଆଯିବ।

ସେହିପରି ରାହୁଲଙ୍କ ପରେ ରାୟଗଡ଼ାରେ ନିର୍ବାଚନୀ ପ୍ରଚାର ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଆସିବେ। ସେ ମେ’ ୮ ତାରିଖରେ ଏଠାରେ ଶୋଭାଯାତ୍ରା କରିବେ। ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡ଼ିଶା ଆସି ପ୍ରଚାର କରିବାର ସମ୍ଭାବନା ରହିଛି।  

Tags: #RahulGandhi#ElectionCampaign #Congress #Odisha

LEAVE A REPLY

Please enter your comment!
Please enter your name here