ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା ବିଜେପି। ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଲାଗି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଙ୍ଗଳବାର ଦିନ ପ୍ରକାଶ କରାଯାଇଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁ ପ୍ରଥମରେ ରହିଛି।

ଷ୍ଟାର ପ୍ରଚାରକ ତାଲିକାରେ ଅନ୍ୟ ହେଭିଓ୍ଵେଟ ନେତାମାନଙ୍କ ମଧ୍ୟରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ।

ଅନ୍ୟମାନଙ୍କ ମଧ୍ୟରେ ସ୍ମୃତି ଇରାନୀ, ଭୂପେନ୍ଦର ଯାଦବ, ଅଶ୍ଵିନୀ ବୈଷ୍ଣବ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ସୁନୀଲ ବଂଶଲ, ଧର୍ମେନ୍ଦ୍ର ପ୍ରଧାନ, ବିଜୟପାଲ ସିଂ ତୋମାର, ସୁଶ୍ରୀ ଲତା ଉସେଣ୍ଡି, ସାନ୍ତନୁ ଠାକୁର, ବିଶ୍ଵେଶ୍ଵର ଟୁଡୁ, ଜୟନାରାୟଣ ମିଶ୍ର, ଜୁଏଲ ଓରାମ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, କେଦାର ନାଥ କଶ୍ୟପ, ଅପରାଜିତା ଷଡ଼ଙ୍ଗୀ, ସମ୍ବିତ ପାତ୍ର ରହିଛନ୍ତି।

ଏହି ତାଲିକାରେ ବସନ୍ତ କୁମାର ପଣ୍ଡା, ସୁରେଶ ପୂଜାରୀ, କନକ ବର୍ଦ୍ଧନ ସିଂ ଦେଓ, ସମୀର ମହାନ୍ତି, ଗୋଲକ ପ୍ରସାଦ ମହାପାତ୍ର, ପୂର୍ଣ୍ଣିମା କେର୍କେଟା, ସାରଦା ପ୍ରସାଦ ଶତପଥୀ, ରମେଶ ସାହୁ, ଅନୁଭବ ମହାନ୍ତି, ହରିହର ମହାପାତ୍ର, ପିଙ୍କି ପ୍ରଧାନ ଏବଂ ଶ୍ରୀତମ ଦାସ ରହିଛନ୍ତି।

Tags: #Politics #OdishaPolitics #BJP #StarCampaignerList #OdishaAssemblyElection #LokSabhaElection #GeneralElection2024

LEAVE A REPLY

Please enter your comment!
Please enter your name here