ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ଛାଡ଼ିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ଵରୀ ପାଣିଗ୍ରାହୀ। ମଙ୍ଗଳବାର ସେ ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

“ସମ୍ବଲପୁର ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଆସନ। ହେଲେ ବିଜେଡି ପକ୍ଷରୁ ଏହାକୁ ଅଣଦେଖା କରାଯାଉଛି। ଏଠାରୁ ଟିକେଟ ଦେବା ନେଇ ଦଳ ଯେଉଁ ନିଷ୍ପତ୍ତି ନେଲା, ତାହା ସମ୍ବଲପୁର ପାଇଁ ଅବମାନନା। ଏଥିପାଇଁ ମୁଁ ଆଜି ଦଳରୁ ଇସ୍ତଫା ଦେଇଛି”, କହିଛନ୍ତି ଡାକ୍ତର ରାସେଶ୍ଵରୀ ପାଣିଗ୍ରାହୀ।

ଡାକ୍ତର ରାସେଶ୍ଵରୀ ପାଣିଗ୍ରାହୀ ୨୦୧୪ ମସିହାରେ ବିଜେଡି ଟିକେଟରେ ସମ୍ବଲପୁରରୁ ଜିତି ବିଧାୟିକା ହୋଇଥିଲେ। ଏହି ନିର୍ବାଚନରେ ସେ ପ୍ରାୟ ୧୦ ହଜାର ଭୋଟରେ ଜିତିଥିଲେ। ହେଲେ ୨୦୧୯ରେ ସେ ବିଜେପିର ଜୟନାରାୟଣ ମିଶ୍ରଙ୍କଠାରୁ ପରାସ୍ତ ହୋଇଥିଲେ।

୨୦୨୪ ନିର୍ବାଚନରେ ଡାକ୍ତର ରାସେଶ୍ଵରୀ ପାଣିଗ୍ରାହୀ ସମ୍ବଲପୁରରୁ ଟିକେଟ ଆଶାୟୀ ଥିଲେ। ହେଲେ ବିଜେଡି ତାଙ୍କୁ ଏଠାରୁ ଟିକେଟ ଦେଇନଥିଲା। ଏଥର ସମ୍ବଲପୁରରୁ ରୋହିତ ପୂଜାରୀଙ୍କୁ ବିଜେଡି ଟିକେଟ ମିଳିବା ପରେ ସେ ଅସନ୍ତୁଷ୍ଟ ଥିବା କୁହାଯାଉଥିଲା।

Tags: #DrRaseswariPanigrahi #BJD #Politics #Sambalpur

LEAVE A REPLY

Please enter your comment!
Please enter your name here