ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆସନ୍ତା ନିର୍ବାଚନ ଲାଗି ଓଡ଼ିଶାରେ ଚଳଚଞ୍ଚଳ ହୋଇଉଠିଛି ରାଜନୈତିକ ମାହୋଲ। ବିଭିନ୍ନ ସ୍ଥାନରେ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଚାଲିଛି ପ୍ରାର୍ଥିପତ୍ର ଦାଖଲ ପର୍ବ। ଏହାରି ମଧ୍ୟରେ ଶୁକ୍ରବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ହେଭିଓ୍ଵେଟ ନେତାମାନେ।

ଆଜି ବରଗଡ଼ ଭଟଲି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ସୁଶାନ୍ତ ସିଂହ। ନିଜ ସମର୍ଥକଙ୍କ ସହ ବିରାଟ ପଟୁଆରରେ ଆସି ସେ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିଲେ। ବିଜେଡିର ଲୋକସଭା ପ୍ରାର୍ଥୀ ପରିନୀତା ପରିଣୀତା ମିଶ୍ର ନିଜ ସମର୍ଥକଙ୍କ ଗହଣରେ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ସେହିପରି ବ୍ରଜରାଜନଗର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ସୁରେଶ ପୂଜାର ଆଜି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଅନ୍ୟପଟେ ବରଗଡ଼ ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ସଞ୍ଜୟ ଭୋଇ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମା’ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା କରିବା ପରେ ବିରାଟ ଶୋଭାଯାତ୍ରାରେ ଯାଇ ସେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଏହା ସହ ବିଜେପି ପ୍ରାର୍ଥୀ କୈଳାସ କୁଲେସିକା ମଧ୍ୟ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କୋରାପୁଟ ବିଧାୟକ ପ୍ରାର୍ଥୀ ରଘୁରାମ ମାଛ, ପଟାଙ୍ଗୀ ପ୍ରାର୍ଥୀ ଚୈତନ୍ୟ ନନ୍ଦିବାଲି ଏବଂ କୋରାପୁଟ ସାଂସଦ ପ୍ରାର୍ଥୀ କାଳିରାମ ମାଝି ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦଳୀୟ କର୍ମୀ ଏବଂ ସମର୍ଥକଙ୍କ ସହ ବିଶାଳ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଏହା ପୂର୍ବରୁ ଏପ୍ରିଲ ୨୪ ତାରିଖରେ ବ୍ରହ୍ମପୁରରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡିର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର। ସେହିପରି ନର୍ଲାରୁ କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ, ପାରଳାଖେମୁଣ୍ଡିରୁ କଂଗ୍ରେସ ପ୍ରାର୍ଥୀ ବିଜୟ ପଟ୍ଟନାୟକ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଜୁନାଗଡ଼ରୁ ବିଜେପି ପ୍ରାର୍ଥୀ ମନୋଜ ମେହେର ଓ ଧର୍ମଗଡ଼ରୁ ସୁଧୀର ପାଟଯୋଶୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ସେହିପରି ନୂଆପଡ଼ାରୁ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ପାର୍ଥିପତ୍ର ଦାଖଲ କରିଛନ୍ତି। ଏହା ସହ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ବିଜେଡି ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକ ଏବଂ ମାଲକାନଗିରି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ମାନସ ମାଡ଼କାମୀ ମଧ୍ୟ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

Tags: #Politics #OdishaPolitics #Nomination #BJP #BJD #Congress #AssemblyElection #LokSabhaElection #OdishaElections2024 #Odisha

Comment