ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ଆଉ ୩ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି।

ଖୋର୍ଦ୍ଧା ବିଧାନସଭା ଆସନରୁ ରାଜେନ୍ଦ୍ର ସାହୁ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ବେଗୁନିଆରୁ ପ୍ରଦୀପ ସାହୁ ଏବଂ ଭୋଗରାଇରୁ ଗୌତମବୁଦ୍ଧ ଦାସଙ୍କୁ ପ୍ରାର୍ଥୀ କରିଛି ଦଳ। ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର ଏବଂ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଟିକେଟ କଟିଛି।

ବିଜେଡି ବର୍ତ୍ତମାନ ସୁଦ୍ଧା ୧୪୪ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ଆଉ ମାତ୍ର ୩ଟି ଆସନରେ ପ୍ରାର୍ଥୀ ଦେବା ବାକି ରହିଛି। ଏହି ଆସନଗୁଡ଼ିକ ହେଲା ଖଣ୍ଡପଡ଼ା, ନୀଳଗିରି ଏବଂ କୋରେଇ।

Tags: #Politics #OdishaPolitics #BJD #OdishaElections2024 #Odisha

Comment