ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭା ଆସନ ଲାଗି ଆସିଲା ବିଜେପିର ଆଉ ଏକ ପ୍ରାର୍ଥୀ ତାଲିକା। ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦେବଙ୍କୁ ବିଜେପି ପ୍ରାର୍ଥୀ କରିଥିବାବେଳେ ସାଲେପୁରରୁ ପ୍ରାର୍ଥୀ ହୋଇଛନ୍ତି ଅରିନ୍ଦମ ରାୟ।

ସେହିପରି ତେଲକୋଇରୁ ଫକୀର ମୋହନ ନାଏକଙ୍କୁ ପ୍ରାର୍ଥୀ କରିଛି ବିଜେପି। ଚମ୍ପୁଆରୁ ମୁରଲୀ ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ, ବାସୁଦେବପୁରରୁ ବାଣୀକଲ୍ୟାଣ ମହାନ୍ତି, ହିନ୍ଦୋଳରୁ ସୀମାରାଣୀ ନାୟକ ଏବଂ କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀଙ୍କୁ ପ୍ରାର୍ଥୀ କରିଛି ବିଜେପି।

ଦୀର୍ଘ ଦିନ ଧରି ଖୋର୍ଦ୍ଧା ବିଧାନସଭା ଆସନକୁ ନେଇ ଦ୍ଵନ୍ଦ୍ଵ ଲାଗି ରହିଥିବାବେଳେ ନିକଟରେ ବିଜେପିରେ ଯୋଗ ଦେଇଥିବା ପ୍ରଶାନ୍ତ ଜଗଦେବଙ୍କୁ ପ୍ରାର୍ଥୀ କରି ସବୁ ଚର୍ଚ୍ଚା ଉପରେ ବିରାମ ଲଗାଇଛି ବିଜେପି।

ସେହିପରି ନିକଟରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଅରିନ୍ଦମ ରାୟ, ସୀମାରାଣୀ ନାୟକ ଏବଂ ଗୀତାଞ୍ଜଳି ସେଠୀଙ୍କ ଉପରେ ଭରସା କରିଛି ଦଳ।

Tags: #Politics #OdishaPolitics #BJP #OdishaElections2024 #Odisha

Comment