ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆରମ୍ଭରୁ ରାଜ୍ୟ ସରକାରଙ୍କୁ ରାହୁଲଙ୍କ ଟାର୍ଗଟେ
  • ସାଲେପୁର ସଭାରେ କଂଗ୍ରେସର ପ୍ରତିଶ୍ରୁତି ବର୍ଷା
  • କଂଗ୍ରେସ କ୍ଷମତାକୁ ଆସିଲେ ମିଳିବ ମାଗଣା ବିଜୁଳି – ରାହୁଲ ଗାନ୍ଧୀ

ଓଡ଼ିଶା କଂଗ୍ରେସ ପାଇଁ ନର୍ବାଚନୀ ପ୍ରଚାରର ବିଗୁଲ ଫୁଙ୍କିଲେ ସାଂସଦ ରାହୁଲ ଗାନ୍ଧୀ। ସାଲେପୁରଠାରେ ଆୟୋଜିତ କଂଗ୍ରେସର ସାଧାରଣ ସଭାରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ସିଧାସଳଖ ଗାର୍ଗେଟ କଲେ ରହୁଲ।

ରବିବାର ଦିନିକିଆ ଗସ୍ତରେ ଓଡ଼ିଶା ଆସିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ସେ ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚବା ପରେ ସେଠାରୁ ସିଧାସଳଖ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର ଯାଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହା ପରେ ସାଲେପୁରଠାରେ ଆୟୋଜିତ କଂଗ୍ରେସର ସାଧାରଣ ସଭାରେ ଯୋଗ ଦେଇ ରାହୁଲ ଗାନ୍ଧୀ ଉଦବୋଧନ ଦେଇଥିଲେ।

ସଭା ଆରମ୍ଭରୁ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରି ରାହୁଲ କହିଥିଲେ, କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ଓଡ଼ିଶାରେ ଶାସନ ଚାଲିଛି। ଅଳ୍ପ କିଛି ଲୋକ ହିଁ ସବୁ ଫାଇଦା ଉଠାଉଛନ୍ତି। ବର୍ଷ ବର୍ଷ ଧରି ଓଡ଼ିଶା ସରକାର ଲୋକଙ୍କୁ ଭୂଆଁ ବୁଲାଇ ଆସୁଛନ୍ତି। ଏବେ ଓଡ଼ିଶାବାସୀ ସଚେତନ ହେବାର ସମୟ ଆସିଛି। ରାଜ୍ୟବାସୀ ଓଡ଼ିଶାରେ କଂଗ୍ରେସକୁ ଥରେ ସୁଯୋଗ ଦିଅନ୍ତୁ ବୋଲି କହିଥିଲେ ରାହୁଲ ଗାନ୍ଧୀ।

ରାହୁଲ ଗାନ୍ଧୀ ଆହୁରି କହିଥିଲେ ଯେ, ଓଡ଼ିଶାରେ ଚାରା ରୋପଣ ନାଁରେ ୧୫ ହଜାର କୋଟି ଟଙ୍କା ଲୁଟ ହୋଇଛି, ଖଣିଠାରୁ ପାଣି ଦୁର୍ନୀତିର ଚେର ଲମ୍ବି ଚାଲିଛି। କଂଗ୍ରେସ ସରକାରକୁ ଆସିଲେ ଲୋକଙ୍କ ଖାତାକୁ ଟଙ୍କା ଯିବ। ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରଦାନ କରାଯିବ। ଏହା ସହ ୫୦୦ ଟଙ୍କାରେ ଗ୍ୟାସ ମିଳିବ। ଧାନ କୁଲଣ୍ଟାର ମୂଲ୍ୟ ୩ ହଜାର ଟଙ୍କା କରାଯିବ। ମହିଳାଙ୍କୁ ୨ ହଜାର, ଯୁବକ ଏବଂ ଚାଷୀଙ୍କୁ ୩ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଦେଶର ସବୁ ଗରିବ ପରିବାରର ଜଣେ ଜଣେ ମହିଳାଙ୍କୁ ବଛାଯାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏକ ଲକ୍ଷ ଟଙ୍କା ପଠାଯିବ। ମହିଳାଙ୍କ ଖାତାକୁ ପ୍ରତି ମାସରେ ୮ ହଜାର ୫ଶହ ଟଙ୍କା ଯିବ। ଚାଷୀଙ୍କ ଋଣ ଛାଡ଼ କରାଯିବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ।

ସେ ଆହୁରି କହିଥିଲେ ସମସ୍ତ ବେକାର ଯୁବକ ଯୁବତୀଙ୍କୁ ଚାକିରି ମିଳିବ। ସରକାରଙ୍କୁ କେହି ଚାକିରି ମାଗିଲେ ନିଶ୍ଚିତ ଚାକିରି ମିଳିବ। ଚାକିରି ମାଗିବା କ୍ଷଣି ବର୍ଷକ ପାଇଁ ଆପ୍ରେଣ୍ଟିସିପ ଦିଆଯିବ ବୋଲି ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ଗାନ୍ଧୀ। ଏହା ସହ ଆଶା କର୍ମୀ ଏବଂ ଅଙ୍ଗନବାଡ଼ି ଦିଦିଙ୍କ ପାରିଶ୍ରମିକ ଦୁଇଗୁଣା କରିବା ସହ ମନରେଗା ମଜୁରୀ ୪ ଟଙ୍କାକୁ ବୃଦ୍ଧି କରାଯିବ ଏବଂ ଆଦିବାସୀଙ୍କୁ ଜଙ୍ଗଲ, ଜଳ ଓ ଜମି ହସ୍ତାନ୍ତର କରାଯିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ଆୟୋଜିତ ସଭାରେ କଟକ, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଜିଲ୍ଲାରୁ କଂଗ୍ରେସ ନେତା, କର୍ମୀ ଏବଂ ସଧାରଣ ଲୋକ ଯୋଗ ଦେଇଥିଲେ। ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।

Tags: #Politics #OdishaPolitics #RahulGandhi #Congress #ElectionCampaign #GeneralElection2024

Comment