ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଆସିଲା କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା। ରାଜ୍ୟର ୨ଟି ଲୋକସଭା ଓ ୮ଟି ବିଧାନସଭା ଆସନ ଲାଗି ରବିବାର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଏଆଇସିସି ପକ୍ଷରୁ ସବୁ ଆସନରେ ପ୍ରାର୍ଥୀଙ୍କ ନାମ ଅନୁମୋଦନ କରାଯାଇଛି।

ଏହି ତାଲିକା ଅନୁସାରେ ମୋଟ୍‌ ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବାବେଳେ ତିନି ଜଣ ପ୍ରାର୍ଥୀ ବଦଳିଛନ୍ତି। ସମ୍ବଲପୁର ଲୋକସଭା ଏବଂ ବାରିପଦା ଓ ଖଣ୍ଡପଡ଼ା ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି କଂଗ୍ରେସ।

କଂଗ୍ରେସ ପକ୍ଷରୁ ସମ୍ବଲପୁର ଲୋକସଭା ଆସନ ପାଇଁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ବଦଳରେ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ବାରିପଦା ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବା ବାଦଲ ହେମ୍ବ୍ରମଙ୍କ ବଦଳରେ ପ୍ରମୋଦ କୁମାର ହେମ୍ବ୍ରମ ଏବଂ ଖଣ୍ଡପଡ଼ାରେ ମେନାଜ କୁମାର ପ୍ରଧାନଙ୍କ ବଦଳରେ ବୈଜୟନ୍ତୀମାଳା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ଦଳ।

ଜାଣନ୍ତୁ କିଏ କେଉଁଠୁ ପ୍ରାର୍ଥୀ?

  • ଲୋକସଭା ଆସନ

କଟକ – ସୁରେଶ ମହାପାତ୍ର

ସମ୍ବଲପୁର – ନଗେନ୍ଦ୍ର ପ୍ରଧାନ

  • ବିଧାନସଭା ଆସନ

କଟକ-ବାରବାଟୀ – ସୋଫିଆ ଫି‌ରଦୋସ୍‌

ବାଲେଶ୍ଵର – ମୋନାଲିସା ଲେଙ୍କା

ଜଳେଶ୍ଵର – ଦେବୀ ପ୍ରସନ୍ନ ଚାନ୍ଦ

ବଡ଼ଚଣା – ଅଜୟ ସାମଲ

ପାଲଲହଡ଼ା – ଫକିର ସାମଲ

ଜଗତସିଂହପୁର – ପ୍ରତିମା ମଲ୍ଲିକ

ଖଣ୍ଡପଡ଼ା – ବୈଜୟନ୍ତୀମାଳା ମହାନ୍ତି

ବାରିପଦା – ପ୍ରମୋଦ କୁମାର ହେମ୍ବ୍ରମ

Tags: #OdishaAssemblyElections2024 #Congress #Candidates #Politics #Odisha

Comment