ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନୀଳଗିରି ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେପି। ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିବା ସନ୍ତୋଷ ଖଟୁଆଙ୍କୁ ନୀଳଗିରି ଆସନରୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇଛି ଦଳ।
୨୦୧୯ରେ ବିଜେଡି ଟିକେଟରେ ନୀଳଗିରି ଆସନରୁ ସନ୍ତୋଷ ଖଟୁଆ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ବିଜେପି ପ୍ରାର୍ଥୀ ସୁକାନ୍ତ ନାୟକଙ୍କଠାରୁ ପରାଜିତ ହୋଇଥିଲେ। ଚଳିତ ଥର ସନ୍ତୋଷ ଏହି ଆସନରୁ ଟିକେଟ ଆଶାୟୀ ଥିଲେ, ତେବେ ଗୁରୁବାର ଦିନ ନୀଳଗିରି ଆସନ ଲାଗି ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେଡି।
ସୁକାନ୍ତଙ୍କ ନାଁ ଘୋଷଣା ହେବାର ମାତ୍ର କିଛି ସମୟ ପରେ ସନ୍ତୋଷ ଖଟୁଆ ବିଜେଡିରୁ ଇସ୍ତଫା ଦେଇଥିଲ। ସେ ବିଜେପିରେ ମିଶିବା ପରେ ଶୁକ୍ରବାର ଦିନ ତାଙ୍କୁ ନୀଳଗିରି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି ଦଳ।
Tags: #Politics #OdishaPolitics #AssemblyElections2024 #Odisha #BJD #BJP #NilagiriAssemblyElection #SantosKhatua


















