ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ମିଶନ ଶକ୍ତି ବିଭାଗର ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ଅନ୍ୟ ବିଭାଗକୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ। ନିର୍ବାଚନରେ ବିଜେଡିକୁ ସମର୍ଥନ କରିବା ଦିଗରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଆକୃଷ୍ଟ କରିବା ପାଇଁ ସେ ନିଜ ପଦବୀର ଅପବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ଏନେଇ ବିଜେପି ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରାଯାଇଥିଲା।
ସିଷ୍ଟେମେଟିକ୍ ଭୋଟର ଏଜୁକେସନ୍ ଆଣ୍ଡ ଇଲେକ୍ଟୋରାଲ ପାର୍ଟିସିପେସନ୍ (ସ୍ୱିପ୍) କାର୍ଯ୍ୟକ୍ରମ ଅଧୀନରେ ବିଜେଡି ସପକ୍ଷରେ ଭୋଟରଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରିବା ପାଇଁ ସୁଜାତା କାର୍ତ୍ତିକେୟନ ନିଜ ପଦ ଏବଂ ସରକାରୀ ସମ୍ବଳର ଅପବ୍ୟବହାର କରୁଥିବାର ଅଭିଯୋଗ କରିଥିଲା ବିଜେପି। ବିଧାନସଭା ଓ ଲୋକସଭା ନିର୍ବାଚନ ସରିବା ପର୍ଯ୍ୟନ୍ତ ତାଙ୍କୁ କୌଣସି ଦାୟିତ୍ଵ ନଦେବାକୁ ବିଜେପି ନିଜ ଅଭିଯୋଗ ପତ୍ରରେ ଦର୍ଶାଇଥିଲା।
ଏବେ ସୁଜାତା କାର୍ତ୍ତିକେୟନଙ୍କୁ ସିଧାସଳଖ ଲୋକଙ୍କ ସହ ସମ୍ପର୍କ ନଥିବା ବିଭାଗକୁ ବଦଳି ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ରହିଛି। ଏବେ ଏହାକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହୋଇଥିବା ଦେଖିବାକୁ ମିଳିଛି।
Tags: #SujataKartikeyan #MissionShaktiDept #ECI #Odisha

















