ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ଗୋପାଳପୁରମ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଧପୁରମ ଗ୍ରାମ ନିକଟରେ ସ୍ଥାପିତ ଚେକପୋଷ୍ଟ ନିକଟରେ ଯାଞ୍ଚ ଚାଲିଥିବାବେଳେ ଏକ ଟ୍ରାଭେଲ ବସ୍‌ରୁ ପୋଲିସକୁ ମିଳିଛି ପ୍ରାୟ ୨ କୋଟି ୪୦ ଲକ୍ଷ ଟଙ୍କା। 

ହାଇଦ୍ରାବାଦରୁ ବିଶାଖାପାଟଣା ଯାଉଥିବା ଏକ ଘରୋଇ ଟ୍ରାଭେଲ ବସରୁ ଏହି ଟଙ୍କା ଜବତ କରାଯାଇଛି। ଦେବରାପଲ୍ଲୀ ସର୍କଲ ଇନ୍ସପେକ୍ଟର ପି. ବାଲା ସୁରେଶଙ୍କ କହିବା ଅନୁଯାୟୀ ଚେକପୋଷ୍ଟ ନିକଟରେ ଯାଞ୍ଚ ଚାଲିଥିଲାବେଳେ ଏକ ଟ୍ରାଭେଲ ବସର ଲଗେଜ କ୍ୟାବିନରୁ ପ୍ରାୟ ୨ କୋଟି ୪୦ ଲକ୍ଷ ଟଙ୍କା ଭର୍ତ୍ତି ଦୁଇଟି ବ୍ୟାଗ ଜବତ କରାଯାଇଥିଲା। ଏହି ମାମଲାରେ ବସର ଜଣେ ଯାତ୍ରୀ ଆୟୁଲା ଚିନ୍ନା ଚେନ୍ନାୟାଙ୍କୁ ଗିରଫ କରାଯାଇଛି।

ଆୟୁଲା ଚିନ୍ନା କହିଛନ୍ତି ଟଙ୍କା ତକ ତାଙ୍କର ନୁହେଁ। ବ୍ୟାଗରେ କ’ଣ ଅଛି ତାଙ୍କୁ ପୂର୍ବରୁ ଜଣା ନଥିଲା। ହାଇଦ୍ରାବାଦଠାରେ କିଛି ଅଜ୍ଞାତ ବ୍ୟକ୍ତି ତାଙ୍କୁ ଏହି ବ୍ୟାଗ ଦୁଇଟିକୁ ରାଜାମହେନ୍ଦ୍ରଭାରମ ଛକରେ ଜଣେ ବ୍ୟକ୍ତିଙ୍କୁ ଦେବା ଲାଗି କହିଥିଲେ। ତେବେ ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।

Tags: #AndhraPradesh #PoliceInvestigation #CashSeized #IllegalMoney

LEAVE A REPLY

Please enter your comment!
Please enter your name here