ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଲା ଚଳିତ ବର୍ଷର କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏଗଜାମ୍ (ଆଇସିଏସଇ) ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳ। ଦଶମ ଶ୍ରେଣୀରେ ୯୯.୦୮ ପ୍ରତିଶତ ରେଜଲ୍ଟ ହୋଇଥିବାବେଳେ ଦ୍ୱାଦଶରେ ୯୮.୯୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।

ଆଇସିଏସଇ ବୋର୍ଡର ଅଫିସିଆଲ ୱେବସାଇଟ http.//www.cise.org କୁ ଯାଇ ଛାତ୍ରଛାତ୍ରୀ ନିଜର ପରୀକ୍ଷା ଫଳ ଜାଣିପାରିବେ।

ଚଳିତ ବର୍ଷ ମୋଟ ୨,୪୩,୬୧୭ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବାବେଳେ ପରୀକ୍ଷା ଦେଇଥିଲେ ୨,୪୨,୩୨୮ ଜଣ ଛାତ୍ରଛାତ୍ରୀ। ଏମାନଙ୍କ ମଧ୍ୟରୁ ୧,୨୯,୬୧୨ ଛାତ୍ର ଓ ୧,୧୨,୭୧୬ ଛାତ୍ରୀ ପାସ୍ କରିଛନ୍ତି।

ପରୀକ୍ଷା ଫଳ ଘୋଷଣା କରାଯିବା ସମୟରେ ଫେଲ ହୋଇଥିବା ଛାତ୍ରଛାତ୍ରୀଙ୍କର ପୁନର୍ବାର ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଜୁଲାଇ ମାସରେ ପୁଣି ଥରେ ପରୀକ୍ଷା ଦେବେ ଫେଲ ହୋଇଥିବା ଛାତ୍ରଛାତ୍ରୀ।

Tags: #Education #Exam #Result #ICSCBoard #Odisha

Comment