ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ଜିଲ୍ଲା ସୋର ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେପି। ପର୍ଶୁରାମ ଧଡ଼ାଙ୍କୁ ଏଠାରୁ ଦଳର ନୂଆ ପ୍ରାର୍ଥୀ ଭାବେ ଟିକେଟ ଦିଆଯାଇଛି। ଏଠାରେ ଆଗରୁ ରାଜେନ୍ଦ୍ର ଦାସଙ୍କୁ ଦଳ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ଏନେଇ ମଙ୍ଗଳବାର ରାଜ୍ୟ ବିଜେପି ପ୍ରଭାରି ବିଜୟପାଲ ସିଂ ତୋମର ସୂଚନା ଦେଇଛନ୍ତି।

ସୋର ବିଧାନସଭା ଆସନରୁ ରାଜେନ୍ଦ୍ର ଦାସଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ସେ ଏ ପର୍ଯ୍ୟନ୍ତ ନିଜର ପ୍ରଚାର ମଧ୍ୟ ଆରମ୍ଭ କରିପାରିନଥିଲେ। ଏଠାରେ ପ୍ରାର୍ଥୀ ବଦଳାଇବା ପାଇଁ କର୍ମକର୍ତ୍ତାଙ୍କ ଜୋରଦାର ଦାବି ପରେ ପର୍ଶୁରାମ ଧଡ଼ାଙ୍କୁ ଟିକେଟ ଦେଇଛି ବିଜେପି।

ପର୍ଶୁରାମ ଧଡ଼ା ସୋର ବିଧାନସଭା ଆସନରୁ ବିଜେଡି ଟିକେଟରେ ଦୁଇ ଦୁଇଥର ବିଧାୟକ ହୋଇଛନ୍ତି। ସେ ୨୦୧୪ ଓ ୨୦୧୯ରେ ଏଠାରୁ ନିର୍ବାଚନ ଜିତିଥିଲେ। ତେବେ ଚଳିତ ବର୍ଷ ତାଙ୍କୁ ବିଜେଡି ଟିକେଟ ଦେଇ ନଥିଲା। ସେ କିଛି ଦିନ ପୂର୍ବେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।  

Tags: #ParshuramDhada #BJP #OdishaAssemblyElections2024 #Soro #Baleswar #Politics #Odisha

LEAVE A REPLY

Please enter your comment!
Please enter your name here