ଓଡ଼ିଶାଲାଇଭ୍ ବ୍ୟୁରୋ

ଖୋର୍ଦ୍ଧା ରାଜନୀତିରେ ଆଜି ଦେଖିବାକୁ ମିଳିଛି ରୋଚକ ଚିତ୍ର। ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ବିଜେଡି ବିଧାୟକ ଜିତୁ ମିତ୍ର।

ଗୁରୁବାର ଦିନ ବିଜେପିର ରାଲି ଚାଲିଥିଲା ବେଳେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ହଠାତ ରାଲିରେ ଯୋଗ ଦେଇ ବିଜେପି ପାଇଁ ପ୍ରଚାର କରିବା ଆରମ୍ଭ କରିଥିଲେ। ତୃତୀୟ ପର୍ଯ୍ୟାୟ ପ୍ରଚାରର ଶେଷ ଦିନରେ ବିଜେପି ରାଲିରେ ଜିତୁ ମିତ୍ରଙ୍କ ଏଭଳି ନିଷ୍ପତ୍ତି ଖୋର୍ଦ୍ଧା ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି।

ଜିତୁ ମିତ୍ର ଖୋର୍ଦ୍ଧା ବିଧାନସଭା ଆସନ ଲାଗି ଟିକେଟ ଆଶାୟୀ ଥିଲେ। କିନ୍ତୁ ଏଥର ରାଜେନ୍ଦ୍ର କୁମାର ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେଡି। ଟିକେଟ ବଣ୍ଟନକୁ ନେଇ ଜିତୁ ମିତ୍ର ଅସନ୍ତୁଷ୍ଟ ଥିଲେ। ସେ ଖୋର୍ଦ୍ଧା ବିଜେପିକୁ ବାହାରୁ ସମର୍ଥନ ଯୋଗାଉଥିବାର ଚର୍ଚ୍ଚା ହେଉଥିଲା। ଆଜି ଖୋଲାଖୋଲି ବିଜେପି ରାଲିରେ ସାମିଲ ହୋଇ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ପାଇଁ ପ୍ରାଚାର କରିଥିଲେ।

Tags: #Politics #OdishaPolitics #AssemblyElections2024 #Odisha #JituMitra #BJP #BJD #ElectionCampaign

LEAVE A REPLY

Please enter your comment!
Please enter your name here