ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବରିଷ୍ଠ ଆଇଏଏସ୍ ଅଧିକାରୀ ଡକ୍ଟର ଅରବିନ୍ଦ ପାଢ଼ୀ ଶୁକ୍ରବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବର୍ତ୍ତମାନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ବୀର ବିକ୍ରମ ଯାଦବ ୨୧ ଦିନିଆ ଛୁଟିରେ ଥିବା ହେତୁ ତାଙ୍କ ସ୍ଥାନରେ ଡକ୍ଟର ଅରବିନ୍ଦ ପାଢ଼ୀଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବୀର ବିକ୍ରମ ଯାଦବ ମେ’ ୨୨ ତାରିଖରୁ ଜୁନ୍ ୧୧ ତାରିଖ ଯାଏଁ ଛୁଟିରେ ରହିବେ। ଏହି ଅବଧି ମଧ୍ୟରେ ଡକ୍ଟର ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତ କରାଯାଇଛି। ସେ ଏବେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି। ଏହାସହ ସେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ଵ ତୁଲାଉଛନ୍ତି।

ଡକ୍ଟର ଅରବିନ୍ଦ ପାଢ଼ୀ ୨୦୧୪ ମସିହାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିଥିଲେ। ତେବେ ଆଗକୁ ଆସୁଥିବା ରଥଯାତ୍ରା ପାଇଁ ହେବାକୁ ଥିବା ବିଭିନ୍ନ ବ୍ୟବସ୍ଥାର ସେ ସମୀକ୍ଷା କରିବେ।

ଅନ୍ୟପଟେ ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ହେମନ୍ତ ଶର୍ମାଙ୍କୁ ପୂର୍ତ୍ତ ବିଭାଗ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ସେ ବର୍ତ୍ତମାନ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ରହିଛନ୍ତି।    

Tags: #DrArabindaPadhee #ChiefAdministrator #SriJagannathTemple #SJTA #Puri

LEAVE A REPLY

Please enter your comment!
Please enter your name here