ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

‘‘ପ୍ରଥମ ପିରିୟଡସ୍ ବେଳେ ମୋର ଜେଜେ ମା’ ମତେ ସ୍କୁଲ ଯିବାକୁ ବାରଣ କରିଥିଲେ। କେବଳ ସେତିକି ନୁହେଁ, ପୁରୁଷ ଲୋକଙ୍କୁ ଦେଖିବାକୁ ମଧ୍ୟ ମନା ଥିଲା। ଘର ଲୋକଙ୍କ ଏ ସବୁ ବାରଣ କାହିଁକି ମୁଁ ବୁଝିପାରିନଥିଲି। ସେତେବେଳେ କେହି ଆମକୁ ପିରିୟଡସ୍ ବିଷୟରେ ଠିକ ଭାବେ କହୁନଥିଲେ’’, କହିଛନ୍ତି ନ୍ୟାସନାଲ ଆଲାଏନ୍ସ ଅଫ୍ ୱିମେନସ୍ ଅର୍ଗାନାଇଜେସନ୍ (ନାଓ) ଓଡ଼ିଶା ଚାପ୍ଟଟରର ପ୍ରୋଗାମ ଡିରେକ୍ଟର ବିଶାଖା ଭଞ୍ଜ।

ପିରିୟଡସ୍ ସମୟରେ କିପରି ସ୍ଵଚ୍ଛତା ପ୍ରତି ଧ୍ୟାନ ରଖିବେ ତଥା ପିରିୟଡ୍‌ସ ସହ ଜଡ଼ିତ ସ୍ଵାସ୍ଥ୍ୟ ସମସ୍ୟା ପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ପ୍ରତି ବର୍ଷ ମେ ୨୮ ତାରିଖକୁ ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବରେ ପାଳନ କରାଯାଉଛି।

ଏହି ଅବସରରେ ଆଇଏଫ୍‌ଆଇ ଫାଉଣ୍ଡେସନ ପକ୍ଷରୁ ଡିଜିଟାଲ ମିଡିଆ ଅଭିଯାନ ‘ଚାଲ ପିରିୟଡସ୍ ବିଷୟରେ କଥା ହେବା’ ଆରମ୍ଭ ହୋଇଯାଇଛି। ଏହି ୧୦ ଦିନିଆ ଅଭିଯାନରେ ସହଯୋଗର ହାତ ବଢ଼ାଇଛନ୍ତି ଓଡ଼ିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟପ୍ଲସ୍।

Tags: #Let’sTalkPeriods # Menarche #PeriodFriendlyWorld #MHDay2024

Comment