ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶାରେ ବିଜେପିର ସୁନାମି। ପୂର୍ବ ଭାରତରେ ଦଳର ସବୁଠାରୁ ବଡ଼ ବିଜୟ।

ଓଡ଼ିଶାରେ ବିଜେଡିର ୨୪ ବର୍ଷର ଅଭେଦ୍ୟ ଦୁର୍ଗରେ ପଦ୍ମ ଫୁଲ ଫୁଟାଇବାକୁ ସକ୍ଷମ ହୋଇଛି ବିଜେପି।

ଗତ ବିଧାନସଭା ନିର୍ବାଚନରେ ମାତ୍ର ୨୩ଟି ଆସନ ପାଇଥିଲା ବିଜେପି। କିନ୍ତୁ ଏଥର ମ୍ୟାଜିକ୍ ନମ୍ବର ଟପି ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି ଦଳ। ଗତ ନିର୍ବାଚନରେ ୧୧୨ ଆସନ ପାଇ ଇତିହାସ କରିଥିବା ବିଜେଡିକୁ ଏଥର ବିରୋଧୀ ଦଳ ଆସନକୁ ଠେଲି ଦେଇଛି ବିଜେପି।

ଲୋକସଭା କ୍ଷେତ୍ରରେ ମଧ୍ୟ ବିଜେପି କ୍ଲିନ୍ ସ୍ୱିପ୍ କରିଛି। ୨୧ରୁ ୨୦ ଲୋକସଭା ଆସନ ପୋଛି ନେଇଛି ବିଜେପି। କେବଳ କୋରାପୁଟ ଆସନ ରକ୍ଷା କରିବାକୁ ସକ୍ଷମ ହୋଇଛି କଂଗ୍ରେସ।

୨୪ ବର୍ଷ ଭିତରେ ବିଜେଡି ପ୍ରଥମ ଥର ପାଇଁ ପରାଜୟର ସ୍ୱାଦ ଚାଖିଛି। ଏପରିକି ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଆସନରୁ ପରାଜିତ ହେବା ଦଳକୁ ଏକ ବହୁତ ବଡ଼ ଝଟକା ଦେଇଛି।

୨୦୨୪ର ଜନମତ ବିଜେଡିକୁ ଯେତିକି ଆଶ୍ଚର୍ଯ୍ୟ କରିଛି ବିଜେପିକୁ ସେତିକି ଉଲ୍ଲସିତ କରିଛି। ଜୁନ୍ ୧୦ ତାରିଖ ଦିନ ବିଜେପି ନୂଆ ସରକାର ଗଠନ କରି ଓଡ଼ିଶାରେ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି।

Tags: #Politics #OdishaPolitics #OdishaElections2024 #BJP #Elections2024 #OdishaAssembly2024

LEAVE A REPLY

Please enter your comment!
Please enter your name here