ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ର ଫଳାଫଳ ଉପରେ ଅଟକିଛି ସାରା ରାଜ୍ୟର ନଜର। ଚଳିତ ଥର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇଟି ଆସନରେ ନିର୍ବାଚନ ଲଢ଼ୁଥିବାବେଳେ ସମସ୍ତଙ୍କ ନଜର ତାଙ୍କରି ଉପରେ ରହିଛି। ଉଭୟ ହିଞ୍ଜିଳି ଏବଂ କଣ୍ଟାବାଞ୍ଜି ଆସନରେ ଆଗରେ ରହିଛନ୍ତି ନବୀନ ପଟ୍ଟନାୟକ।

ନବୀନ ପଟ୍ଟନାୟକ ନିଜ ପାରମ୍ପରିକ ଆସନ ହିଞ୍ଜିଳି ଏବଂ କଣ୍ଟାବାଞ୍ଜିରେ ବର୍ତ୍ତମାନ ଆଗରେ ରହିଛନ୍ତି। ଚାରି ରାଉଣ୍ଡ ଭୋଟ ଗଣତି ସୁଦ୍ଧା ନବୀନ ପଟ୍ଟନାୟକ ୧୬,୦୧୩ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ଶିଶିର କୁମାର ମିଶ୍ର ୧୨,୫୬୮ ଖଣ୍ଡ ଭୋଟ ସହ ଦ୍ଵିତୀୟରେ ରହିଥିବାବେଳେ ୧୪,୩୭୨ ଖଣ୍ଡ ଭୋଟରେ ତୃତୀୟରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ ରଜନୀକାନ୍ତ ପାଢ଼ୀ।

Also read:

ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ୨୦୨୪ – ଲାଇଭ୍ ଅପଡେଟ୍
ଲୋକସଭା ନିର୍ବାଚନ ଫଳାଫଳ ୨୦୨୪ – ଲାଇଭ୍ ଅପଡେଟ୍

ତେବେ କଣ୍ଟାବାଞ୍ଜି ଆସନରେ ୫ ରାଉଣ୍ଡ ଭୋଟ ଗଣତି ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କଠାରୁ ଅଳ୍ପ ଭୋଟ ବ୍ୟବଧାନରେ ପଛରେ ରହିଥିଲେ। କିନ୍ତୁ ୬ ରାଉଣ୍ଡ ଭୋଟ ଗଣତି ବେଳକୁ ୧୯,୦୯୭ ଖଣ୍ଡ ଭୋଟ ସହ ଆଗରେ ରହିଛନ୍ତି ନବୀନ ପଟ୍ଟନାୟକ। ସହିପରି ଲକ୍ଷ୍ମଣ ବାଗ ୧୮,୨୬୯ ଭୋଟ ସହ ଦ୍ଵିତୀୟ ଏବଂ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ୪,୭୪୩ ଖଣ୍ଡ ଭୋଟ ସହ ତୃତୀୟ ସ୍ଥାନରେ ରହିଛନ୍ତି।

(ବିଶେଷ ସୂଚନା: ଦିନ ୧ଟା ସୁଦ୍ଧା ଆସିଥିବା ତଥ୍ୟ ଅନୁଯାୟୀ)

Tags: #Politics #OdishaPolitics #OdishaElections2024 #NaveenPatnaik #CountingUpdate #Elections2024 #IndiaVotes #CountingNews #OdishaAssembly2024

LEAVE A REPLY

Please enter your comment!
Please enter your name here