ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୨୪ ନିର୍ବାଚନ ଫଳାଫଳ। ସାମ୍ନାକୁ ଆସିଛି ଅନେକ ରୋଚକ ଚିତ୍ର।

୨୪ ବର୍ଷ ହେଲା ବିଜୟୀ ହୋଇ ଆସୁଥିବା ବିଜେଡିର ବହୁ ବରିଷ୍ଠ ନେତାଙ୍କୁ ଏଥର ପରାଜୟର ମୁହଁ ଦେଖିବାକୁ ପଡ଼ିଛି।

ଏକାମ୍ର ଭୁବନେଶ୍ୱର ଆସନରୁ ଅଶୋକ ଚନ୍ଦ୍ର ପଣ୍ଡା, ବଡ଼ମ୍ବାରୁ ଦେବୀ ପ୍ରସାଦ ମିଶ୍ର, ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା, ମହାକାଳପଡ଼ାରୁ ଅତନୁ ସବ୍ୟସାଚୀ ନାୟକ ଏବଂ ଭଞ୍ଜନଗର ବିଧାନସଭା ଆସନରୁ ବିକ୍ରମ କେଶରୀ ଆରୁଖ ପରାଜିତ ହୋଇଛନ୍ତି।

ସେହିପରି ସମ୍ବଲପୁରରୁ ରୋହିତ ପୂଜାରୀ, ପୋଲସରାରୁ ଶ୍ରୀକାନ୍ତ ସାହୁ, ଟିଟିଲାଗଡ଼ରୁ ଟୁକୁନି ସାହୁ, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ, ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆ ଏବଂ ଭଟଲିରୁ ସୁଶାନ୍ତ ସିଂଙ୍କ ଭଳି ହେଭିୱେଟ୍ ନେତାଙ୍କ ବିଜୟରେ ଏଥର ବ୍ରେକ୍ ଲାଗିଛି।

ବିଜେଡିର ଏହି ବରିଷ୍ଠ ନେତାମାନେ ଲଗାତାର ଭାବେ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଥିଲେ। ନବୀନ ପଟ୍ଟନାୟକଙ୍କ ସରକାରରେ ବିଭିନ୍ନ ପାଳିରେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ହେଲେ ଏଥର ବିଜେପି ସୁନାମି ଆଗରେ ଏହି ନେତାମାନେ ତିଷ୍ଠି ପାରି ନାହାନ୍ତି।

Tags: #Politics #OdishaPolitics #OdishaAssemblyElections2024 #Odisha #BJD #BJP #Congress

LEAVE A REPLY

Please enter your comment!
Please enter your name here