ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରରେ ନୂଆ ସରକାର ଗଠନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନରେନ୍ଦ୍ର ମୋଦୀ। ବୁଧବାର ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହାସହ ବର୍ତ୍ତମାନର ଲୋକସଭା ଭଙ୍ଗ ହୋଇଛି ।    

ବୁଧବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ଶେଷ ବୈଠକ ହୋଇଥିଲା। ଏଥିରେ ୧୭ତମ ଲୋକସଭା ଭଙ୍ଗ ପାଇଁ ଅନୁମୋଦନ କରାଯାଇଥିଲା। ଏହାପରେ ଏନେଇ ରାଷ୍ଟ୍ରପତିଙ୍କୁ ସୁପାରିଶ କରାଯାଇଥିଲା।

ତେବେ ଦେଶରେ ନୂଆ ସରକାର ଗଠନ ହେବା ଯାଏଁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵରେ ରହିବେ। ଜୁନ୍ ୮ ତାରିଖରେ ତାଙ୍କ ନେତୃତ୍ଵରେ କେନ୍ଦ୍ରରେ ପୁଣି ଏନଡିଏ ସରକାର ଗଠନ ହେବ ବୋଲି ଚର୍ଚ୍ଚା ହେଉଛି।

Tags: #LoksabhaElection2024 #NarendraModi #PrimeMinister #PresidentDroupadiMurmu #India

Comment