ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଜୟୀ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ।
ବୌଦ୍ଧ ବିଧାନସଭା ଆସନରେ ୨୦୨୪ ନିର୍ବାଚନରେ ବାଜି ହାତେଇଛି ବିଜେପି। ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ଅମାତଙ୍କୁ ୨,୭୬୫ ଖଣ୍ଡ ଭୋଟରେ ହରାଇଛନ୍ତି। ସରୋଜ କୁମାର ପ୍ରଧାନଙ୍କୁ ୬୨,୪୯୪ ଖଣ୍ଡ ଭୋଟ ମିଳିଥିବାବେଳେ ପ୍ରଦୀପ କୁମାର ଅମାତଙ୍କୁ ମିଳିଛି ୫୯,୨୯ ଖଣ୍ଡ ଭୋଟ।
ନିର୍ବାଚନ ଫଳାଫଳ ଆସିବା ପରେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ଓ ରାଧାନଗର ସମିତି ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସରୋଜ ପ୍ରଧାନ। ବୁଧବାର ଦିନ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟକୁ ଆସି ବିଡିଓଙ୍କୁ ସେ ନିଜର ଇସ୍ତଫାପତ୍ର ଦାନ କରିଥିଲେ।
Tags: #Politics #OdishaPolitics #Harabhanga #SarojKumarPradhan #Boudh #BJP #BJD

















