ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଦିଲ୍ଲୀରେ ଏନଡିଏ ସଂସଦୀୟ ଦଳର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ସଂସଦ ଭବନର ସେଣ୍ଟ୍ରାଲ୍ ହଲରେ ହୋଇଥିବା ଏହି ବୈଠକରେ ନରେନ୍ଦ୍ର ମୋଦୀଙ୍କୁ ଲୋକସଭାରେ ଏନଡିଏ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି। ଏନଡିଏର ସବୁ ଦଳ ଏଠାରେ ତାଙ୍କୁ ପୂର୍ଣ୍ଣ ସମର୍ଥନ କରିଛନ୍ତି। ଏହାସହ ସେ ବିଜେପି ସଂସଦୀୟ ଦଳର ନେତା ନିର୍ବାଚିତ ହୋଇଛନ୍ତି।

ଏହି ବୈଠକରେ ବିଜେପି ନେତା ରାଜନାଥ ସିଂହ ନରେନ୍ଦ୍ର ମୋଦୀଙ୍କୁ ଏନଡିଏ ସଂସଦୀୟ ଦଳର ନେତା ହେବାନେଇ ପ୍ରସ୍ତାବ ଆଗତ କରିଥିଲେ। ଏହାକୁ ଟିଡିପି ଓ ଜେଡିୟୁ ସମେତ ଏନଡିଏର ଅନ୍ୟ ଦଳ ମାନେ ସ୍ଵୀକୃତି ଦେଇଥିଲେ।

ଏହାପରେ ଏନଡିଏ ସରକାର ଗଢ଼ିବା ପାଇଁ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ପ୍ରଦାନ କରାଯିବ। ନରେନ୍ଦ୍ର ମୋଦୀ ଜୁନ୍ ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଚର୍ଚ୍ଚା ହେଉଛି।  

ଅନ୍ୟପଟେ କେନ୍ଦ୍ରରେ ନୂଆ ସରକାରର ମନ୍ତ୍ରିମଣ୍ଡଳର ରୂପରେଖ କ’ଣ ରହିବ ସେ ନେଇ କିଛି ବିଶେଷ ସୂଚନା ମିଳିପରିନାହିଁ। ବିଜେପି ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରାଳୟ ନିଜ ହାତରେ ରଖିବାକୁ ଚାହୁଁଥିବାବେଳେ ଅନ୍ୟ ସହଯୋଗୀ ଦଳଗୁଡ଼ିକ ମଧ୍ୟ ନିଜ ନିଜର ଦାବି ରଖୁଥିବା ଚର୍ଚ୍ଚା ହେଉଛି। ତେବେ ଏହାକୁ ନେଇ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି।  

ଏହି ବୈଠକରେ ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡଙ୍ଗୀ ଓ ବୈଜୟନ୍ତ ପଣ୍ଡାଙ୍କ ସମେତ ବିଜେପିର ନବନିର୍ବାଚିତ ୨୦ ଜଣ ସାଂସଦ ଯୋଗ ଦେଇଥିଲେ। ଏହାସହ ଏନଡିଏର ସବୁ ସାଂସଦ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ।

Tags: #NDAMeeting #NarendraModi #PrimeMinister #India

LEAVE A REPLY

Please enter your comment!
Please enter your name here