ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେଡିର ପରାଜୟ ପରେ କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ହେଉଥିବା ବିବାଦ ଉପରେ ମୁହଁ ଖୋଲିଛନ୍ତି ନବୀନ ପଟ୍ଟନାୟକ। ବିଜେଡିର ପରାଜୟ ପାଇଁ ପାଣ୍ଡିଆନଙ୍କୁ କରାଯାଉଥିବା ସମାଲୋଚନାକୁ ସେ ନିନ୍ଦା କରିଛନ୍ତି। ସେ ଏଠାରେ କାର୍ତ୍ତିକ ପାଣ୍ଡିଆନଙ୍କୁ କ୍ଲିନ ଚିଟ୍ ଦେଇଛନ୍ତି।

“କାର୍ତ୍ତିକ ପାଣ୍ଡିଆନ ଜଣେ ପ୍ରଶାସନିକ ଅଧିକାରୀ ଭାବେ ଓଡ଼ିଶାରେ ବହୁତ ଭଲ କାର୍ଯ୍ୟ କରିଛନ୍ତି। ରାଜ୍ୟରେ ବିଭିନ୍ନ ବାତ୍ୟା ଓ କୋଭିଡ୍-୧୯ ମହାମାରୀ ଭଳି ବିପର୍ଜୟର ପରିଚାଳନାରେ ତାଙ୍କର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ ଥିଲା। ଚାକିରିରୁ ଅବସର ନେବା ପରେ ସେ ବିଜେଡିରେ ସାମିଲ ହୋଇଥିଲେ। ସେ ଦଳର କୌଣସି ପଦରେ ନାହାନ୍ତି କି ଏଥର ନିର୍ବାଚନ ମଧ୍ୟ ଲଢ଼ିନାହାନ୍ତି। ତେଣୁ ଦଳର ପରାଜୟ ପାଇଁ ତାଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ”, କହିଛନ୍ତି ନବୀନ ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି, “ଗଣତନ୍ତ୍ରରେ ବିଜୟ ଓ ପରାଜୟ ଲାଗି ରହିଥାଏ। ଦୀର୍ଘ ଦିନ ଧରି ଓଡ଼ିଶାର ସେବା କରିବା ପାଇଁ ବିଜେଡିକୁ ରାଜ୍ୟବାସୀ ସୁଯୋଗ ଦେଇଥିବାରୁ ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି। ଆମ ସରକାରର ଉପଲବ୍ଧି ନେଇ ମୁଁ ଗର୍ବିତ।”

ଓଡ଼ିଶାରେ ବିଜେଡିର ପରାଜୟ ପାଇଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଅନେକ ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି। ତେବେ ଏନେଇ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।  

Tags: #NaveenPatnaik #KartikPandian #BJD #Politics #OdishaAssemblyElection2024 #Odisha

LEAVE A REPLY

Please enter your comment!
Please enter your name here