ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ପ୍ରଧାନମନ୍ତ୍ରୀ ଭାବେ ତୃତୀୟଥର ପାଇଁ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ। ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ସେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ନରେନ୍ଦ୍ର ମୋଦୀଙ୍କ ପରେ ତାଙ୍କ ରାଜନାଥ ସିଂହ ଓ ଅମିତ ଶାହଙ୍କ ସମେତ ମନ୍ତ୍ରିମଣ୍ଡଳର ଅନ୍ୟ ମନ୍ତ୍ରୀ ମାନେ ଶପଥ ନେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଲାଗି ରାଷ୍ଟ୍ରପତି ଭବନରେ ବିଶେଷ ଆୟୋଜନ କରାଯାଇଛି।

ଏହି ଉତ୍ସବରେ ଦେଶ ଓ ବିଦେଶରୁ ପ୍ରାୟ ୮ ହଜାରୁ ଅଧିକ ଅତିଥି ସାମିଲ ହୋଇଛନ୍ତି। ଏଥିରେ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନକଢ଼, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ସମେତ ଦେଶର ତିନି ସେନାର ଅଧ୍ୟକ୍ଷମାନେ ଯୋଗ ଦେଇଛନ୍ତି। ଏହାସହ କାର୍ଯ୍ୟକ୍ରମରେ ଅନେକ ଉଦ୍ୟୋଗପତି, ସିନେ ତାରକା ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତର ପଡ଼ୋଶୀ ଦେଶର ରାଷ୍ଟ୍ରମୁଖ୍ୟମାନେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶ୍ରୀଲଙ୍କାର ରାଷ୍ଟ୍ରପତି ରନିଲ ବିକ୍ରମସିଂଘେ, ମାଳଦ୍ଵୀପର ରାଷ୍ଟ୍ରପତି ମହମ୍ମଦ ମୋଇଜୁ, ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡ, ଭୁଟାନର ପ୍ରଧାନମନ୍ତ୍ରୀ ସେରିଂ ତୋବଗେ, ମରିଶସର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ ଏବଂ ସେସେଲ୍ସର ଉପରାଷ୍ଟ୍ରପତି ଅହମ୍ମଦ ଅଫିଫ ପ୍ରମୁଖ ଯୋଗ ଦେଇଛନ୍ତି।

Tags: #NarendraModi #OathTaking #PrimeMinister #India

LEAVE A REPLY

Please enter your comment!
Please enter your name here