ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ବିଜେଡି ନେତା ତଥା ପୂର୍ବତନ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ଏ ନେଇ ସେ ରବିବାର ଦିନ ଘୋଷଣା କରିଛନ୍ତି।

କନ୍ଧମାଳ ଲୋକସଭା ଆସନରୁ ନିର୍ବାଚନ ହାରିବା ପରେ ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରତ୍ୟକ୍ଷ ରାଜନୀତିରୁ ଅବ୍ୟାହତି ନେଇଛନ୍ତି। ସେ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଥିଲେ।

ସାଂସଦ ହେବାର ସୁଯୋଗ ଦେଇଥିବାରୁ ଦଳର ସଭାପତିଙ୍କୁ କୃତଜ୍ଞତା ଜଣାଇବା ସହ କନ୍ଧମାଳ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶେଷ ନିଶ୍ୱାସ ଯାଏଁ ସମାଜ ସେବା ଜାରି ରଖିବେ ବୋଲି ଡକ୍ଟର ସାମନ୍ତ କହିଛନ୍ତି। ଦେଖନ୍ତୁ ଭିଡିଓ।

Tags: #Politics #OdishaPolitics #AchyutaSamanta #OdishaElections2024 #BJD #NaveenPatnaik #Odisha

LEAVE A REPLY

Please enter your comment!
Please enter your name here