ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରରେ ପୁଣି ଥରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଏନଡିଏ ସରକାର ଗଠିତ ହୋଇଛି। ରାଷ୍ଟ୍ରପତି ଭବନରେ ରବିବାର ସନ୍ଧ୍ୟାରେ ପଦ ଏବଂ ଗୋପନୀୟତା ପାଇଁ ଶପଥ ପାଠ କରିବା ପରେ ମୋଦୀ ତାଙ୍କ ତୃତୀୟ ଇନିଂସ୍‌ ଆରମ୍ଭ କରିଛନ୍ତି। ଏଥର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ୭୧ ଜଣ ମନ୍ତ୍ରୀ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩୩ ଜଣ ନୂଆ ମୁହଁ ଦେଖିବାକୁ ମିଳିଛି।

ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ୩୦ ଜଣ କ୍ୟାବିନେଟ୍ ମନ୍ତ୍ରି, ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ) ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ତେବେ ଏହି ମନ୍ତ୍ରିମଣ୍ଡଳରେ ୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି। ସେମାନେ ହେଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ହରିୟଣାର ମନୋହରଲାଲ ଖଟ୍ଟର, କର୍ଣ୍ଣାଟକର ଏଚଡି କୁମାରସ୍ଵାମୀ, ବିହାରର ଜିତନ ରାମ ମାଂଝି, ଉତ୍ତରପ୍ରଦେଶର ରାଜନାଥ ସିଂହ ଓ ଆସାମର ସର୍ବାନନ୍ଦ ସୋନୱାଲ।

କ୍ୟାବିନେଟ ମନ୍ତ୍ରୀ

୧. ରାଜନାଥ ସିଂହ (ବିଜେପି)

୨. ଅମିତ ଶାହ (ବିଜେପି)

୩. ନୀତିନ ଗଡ଼କରୀ (ବିଜେପି)

୪. ଜେପି ନଡ୍ଡା (ବିଜେପି)

୫. ନିର୍ମଳା ସୀତାରମଣ (ବିଜେପି)

୬. ଡକ୍ଟର ଏସ୍ ଜୟଶଙ୍କର (ବିଜେପି)

୭. ମନୋହରଲାଲ ଖଟ୍ଟର (ବିଜେପି)

୮. ଏଚଡି କୁମାରସ୍ଵାମୀ (ଜେଡିଏସ୍)

୯. ପୀୟୂଷ ଗୋୟଲ (ବିଜେପି)

୧୦. ଧର୍ମେନ୍ଦ୍ର ପ୍ରଧାନ (ବିଜେପି)

୧୧. ଜିତନ ରାମ ମାଂଝି (ଏଚଏଏମ୍)

୧୨. ରାଜୀବ ରଞ୍ଜନ (ଲଲନ)ସିଂହ (ଜେଡିୟୁ)

୧୩. ସର୍ବାନନ୍ଦ ସୋନୱାଲ (ବିଜେପି)

୧୪. ରାମମୋହନ ନାଇଡୁ (ଟିଡିପି)

୧୫. ଡକ୍ଟର ବୀରେନ୍ଦ୍ର କୁମାର (ବିଜେପି)

୧୬. ଜୁଏଲ ଓରାମ (ବିଜେପି)

୧୭. ପ୍ରହଲ୍ଲାଦ ଯୋଶୀ (ବିଜେପି)

୧୮. ଅଶ୍ୱିନୀ ବୈଷ୍ଣବ (ବିଜେପି)

୧୯. ଗିରିରାଜ ସିଂହ (ବିଜେପି)

୨୦. ଜ୍ୟୋତିରାଦିତ୍ୟ ସିନ୍ଧିଆ (ବିଜେପି)

୨୧. ଭୂପେନ୍ଦ୍ର ଯାଦବ (ବିଜେପି)

୨୨. ଗଜେନ୍ଦ୍ର ସିଂହ ଶେଖାୱତ (ବିଜେପି)

୨୩. ଅନ୍ନପୂର୍ଣ୍ଣା ଦେବୀ (ବିଜେପି)

୨୪. କିରେନ ରିଜିଜୁ (ବିଜେପି)

୨୫. ମନସୁଖ ମାଣ୍ଡଭୀୟ (ବିଜେପି)

୨୬. ହରଦୀପ ସିଂହ ପୁରୀ (ବିଜେପି)

୨୭. ଜି କିଷନ ରେଡ୍ଡୀ (ବିଜେପି)

୨୮. ଶିବରାଜ ସିଂହ ଚୌହାନ (ବିଜେପି)

୨୯. ଚିରାଗ ପାଶୱାନ (ଏଲଜେପି)

୩୦. ସିଆର୍ ପାଟିଲ (ବିଜେପି)

ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ ଦାୟିତ୍ଵ)

୧. ରାଓ ଇନ୍ଦ୍ରଜିତ ସିଂହ (ବିଜେପି)

୨. ଡକ୍ଟର ଜିତେନ୍ଦ୍ର ସିଂହ (ବିଜେପି)

୩. ଅର୍ଜୁନ ରାମ ମେଘୱାଲ (ବିଜେପି)

୪. ପ୍ରତାପରାଓ ଯାଦବ (ଶିବସେନା)

୫. ଜୟନ୍ତ ଚୌଧୁରୀ (ଆରଏଲ୍‌ଡି)

ରାଷ୍ଟ୍ରମନ୍ତ୍ରୀ

୧. ଜିତିନ ପ୍ରସାଦ (ବିଜେପି)

୨. ଶ୍ରୀପଦ ନାଏକ (ବିଜେପି)

୩. ପଙ୍କଜ ଚୌଧାରୀ (ବିଜେପି)

୪. କିସନ ପାଲ ଗୁର୍ଜର (ବିଜେପି)

୫. ରାମଦାସ ଅଠାୱାଲେ (ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ)

୬. ରାମନାଥ ଠାକୁର (ଜେଡିୟୁ)

୭. ନିତ୍ୟାନନ୍ଦ ରାଏ (ବିଜେପି)

୮. ଅନୁପ୍ରିୟା ପଟେଲ (ଅପନା ଦଳ)

୯. ଭି ସୋମନ୍ନା (ବିଜେପି)

୧୦. ଚନ୍ଦ୍ରଶେଖର ପେମାସାନି (ଟିଡିପି)

୧୧. ଏସପି ସିଂହ ବଘେଲ (ବିଜେପି)

୧୨. ଶୋଭା କରନ୍ଦଲାଜେ (ବିଜେପି)

୧୩. କୀର୍ତ୍ତି ବଦ୍ଧନ ସିଂହ(ବିଜେପି)

୧୪. ବିଏଲ୍ ବର୍ମା (ବିଜେପି)

୧୫. ଶାନ୍ତନୁ ଠାକୁର (ବିଜେପି)

୧୬. କମଲେଶ ପାଶୱାନ (ବିଜେପି)

୧୭. ବାନ୍ଦି ସଂଜୟ କୁମାର(ବିଜେପି)

୧୮. ଅଜୟ ଟମଟା (ବିଜେପି)

୧୯. ଏଲ୍ ମୁରୁଗନ (ବିଜେପି)

୨୦. ସୁରେଶ ଗୋପୀ(ବିଜେପି)

୨୧. ରବନୀତ ସିଂହ ବିଟୁ (ବିଜେପି)

୨୨. ସଞ୍ଜୟ ସେଠ୍ (ବିଜେପି)

୨୩. ରକ୍ଷା ଖଡସେ (ବିଜେପି)

୨୪. ଭାଗିରଥ ଚୌଧୁରୀ (ବିଜେପି)

୨୫. ସତୀଶ ଚନ୍ଦ୍ର ଦୁବେ (ବିଜେପି)

୨୬. ଦୁର୍ଗାଦାସ ଉଇକେ (ବିଜେପି)

୨୭. ସୁକାନ୍ତ ମଜୁମଦାର (ବିଜେପି)

୨୮. ସାବିତ୍ରୀ ଠାକୁର (ବିଜେପି)

୨୯. ତୋଖନ ସାହୁ (ବିଜେପି)

୩୦. ରାଜଭୂଷଣ ଚୌଧୁରୀ (ବିଜେପି)

୩୧. ଭୂପତି ରାଜୁ ଶ୍ରୀନିବାସ ବର୍ମା (ବିଜେପି)

୩୨. ହର୍ଷ ମାଲହୋତ୍ରା (ବିଜେପି)

୩୩. ନିମୁବେନ ବାମ୍ଭାଣିୟା (ବିଜେପି)

୩୪. ମୁରଲୀଧର ମୋହୋଲ(ବିଜେପି)

୩୫. ଜର୍ଜ କୁରିଅନ (ବିଜେପି)

୩୬. ପବିତ୍ର ମାଘେରିତା (ବିଜେପି)

ଅନ୍ୟପଟେ ନରେନ୍ଦ୍ର ମୋଦୀଙ୍କ ପୂର୍ବ ମନ୍ତ୍ରୀମଣ୍ଡଳକୁ ଦେଖିଲେ ଚଳିତ ଥର ପ୍ରାୟ ୨୦ ଜଣ ନେତା ବାଦ ପଡିଛନ୍ତି।  ସେମାନଙ୍କ ମଧ୍ୟରେ ସ୍ମୃତି ଇରାନୀ, ଅନୁରାଗ ସିଂହ ଠାକୁର, ନାରାୟଣ ରାଣେ ପ୍ରମୁଖଙ୍କୁ ଏଥର ମନ୍ତ୍ରୀ ପଦ ମିଳି ନାହିଁ।    

Tags: #NarendraModi #PrimeMinister #CentralCabinet #Ministers #India  

LEAVE A REPLY

Please enter your comment!
Please enter your name here