ଓଡ଼ିଶାଲାଇଭ୍ ବ୍ୟୁରୋ

ଖୁବ ଶୀଘ୍ର ଘୋଷଣା ହେବ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ। ଭୁବନେଶ୍ଵରରେ ପହଞ୍ଚିଛନ୍ତି ଦୁଇ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ।

ଆସନ୍ତାକାଲି, ଜୁନ ୧୨ ତାରିଖରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଢ଼ିବାକୁ ଯାଉଛି ବିଜେପି। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବାକୁ ଯାଉଥିବାରୁ ବିଜେପି ନେତା ଏବଂ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଜନତା ମଇଦାନରେ ଶପଥ ଗ୍ରହଣ ଉତ୍ସବ ପାଇଁ ବ୍ୟାପକ ଆୟୋଜନ କରାଯାଇଛି।

କିଏ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ତାକୁ ନେଇ ସସପେନ୍ସ ଜାରି ରହିଥିବାବେଳେ ମୁଖ୍ୟମନ୍ତ୍ରୀ ବାଛିବା ଲାଗି ଓଡ଼ିଶାରେ ପହଞ୍ଚିଛନ୍ତି ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ। ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ଯେଉଁ ନେତାଙ୍କ ନାଁରେ ମୋହର ବାଯିବ ସେ ହେବେ ମୁଖ୍ୟମନ୍ତ୍ରୀ। ଏହା ପରେ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ।

ବୈଠକ ପାଇଁ ବିଜେପି ମୁଖ୍ୟାୟଳରେ ବରିଷ୍ଠ ନେତା ଏବଂ ନବନିର୍ବାଚିତ ବିଧାୟକ ପହଞ୍ଚି ସାରିଲେଣି। ଦିଲ୍ଲୀରେ ଥିବା ବିଜେପି ସାଂସଦମାନେ ମଧ୍ୟ ଓଡ଼ିଶା ଫେରିଛନ୍ତି। ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ବିମାନବନ୍ଦରରେ ପହଞ୍ଚିବା ସମୟରେ ଏକ ପ୍ରକାର ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା।

Tags: #Politics #OdishaPolitics #NewCMofOdisha #RajnathSinghandBhupenderYadav #OdishaElections2024 #BJD #Odisha

LEAVE A REPLY

Please enter your comment!
Please enter your name here