ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଭୁବନେଶ୍ଵରରେ ବିଜେଡି ସଂସଦୀୟ ଦଳର ବୈଠକ ହୋଇଛି। ନବୀନ ନିବାସରେ ଦଳର ସମସ୍ତ ରାଜ୍ୟସଭା ସାଂସଦ ଏକାଠି ହୋଇଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ରାଜ୍ୟସଭାରେ ଦଳର ଆଭିମୁଖ୍ୟକୁ ନେଇ ଏଠାରେ ଆଲୋଚନା କରାଯାଇଥିଲା।

ବିଜେଡି ସଂସଦୀୟ ଦଳର ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଏବେ ଦଳ ରାଜ୍ୟସଭାରେ ବିରୋଧୀ ଭୂମିକାରେ ରହିବ। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ରାଜ୍ୟରେ ଜାତୀୟ ରାଜପଥ ନିର୍ମାଣ, ଗ୍ରାମାଞ୍ଚଳରେ ପକ୍କା ଘର, ରେଳବାଇ ସଂଯୋଗୀକରଣ ଭଳି ଦାବି ଗୃହରେ ରଖାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଏଥର ଲୋକସଭାରେ ବିଜେଡିର ଜଣେ ବି ସାଂସଦ ନଥିବାବେଳେ ରାଜ୍ୟସଭାରେ ଦଳର ୯ ଜଣ ସାଂସଦ ରହିଛନ୍ତି। ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗରେ ଦଳ ନିଜର ଆଭିମୁଖ୍ୟକୁ ଶାଣିତ କରିବେ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।  

Tags: #BJDParliamentaryMeeting #RajyasabhaMps #BJD #NaveenPatnaik #Odisha

LEAVE A REPLY

Please enter your comment!
Please enter your name here