ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷା ଦାଉରୁ ରକ୍ଷା ପାଇବାକୁ ଗଛମୂଳେ ଆଶ୍ରୟ ନେଇଥିବାବେଳେ ବଜ୍ରପାତ ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଖଲିଆପାଲି ପଞ୍ଚାୟତର ଦୁଆନଡ଼ିହି ଗାଁରେ। ମୃତକମାନେ ହେଲେ ଗାଁର ଧନୁର୍ଜୟ ନାୟକ, ଶୁଖଦେବ ବନଛୁର ଓ ନିରଜ କୁମ୍ଭାର।

ବଜ୍ରପାତରେ ଗୁରୁତର ଆହତ ହୋଇ ଅନ୍ୟ ଦୁଇଜଣ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆହତଙ୍କ ସ୍ଵାସ୍ଥ୍ୟାବସ୍ଥାରେ ସୁଧାର ନଆସିଲେ ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର କହିଛନ୍ତି।

ବୁଧବାର ଦିନ ଅସହ୍ୟ ଗରମ ହେବାରୁ ଦୁଆନଡ଼ିହି ଗାଁର ଧନୁର୍ଜୟ, ଶୁଖଦେବ, ନିରଜ ଓ ଅନ୍ୟ ଦୁଇଜଣ ସାଙ୍ଗ ଗାଁ ମୁଣ୍ଡକୁ ଯାଇଥିଲେ। ବିଜୁଳି ଘଡ଼ଘଡ଼ି ମାରିବା ସହ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଦାଉରୁ ରକ୍ଷା ପାଇବାକୁ ସେମାନେ ଗାଁ ମୁଣ୍ଡରେ ଥିବା ବରଗଛ ମୂଳରେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ଗଛମୂଳେ ଆଶ୍ରୟ ନେଇଥିବା ପାଞ୍ଚଜଣ ଖୁବ ଜୋରରେ ଚିତ୍କାର କରିଥିଲେ।

ଚିତ୍କାର ଶୁଣି ଗ୍ରାମବାସୀ ଗଛମୂଳେ ପହଞ୍ଚି ସମସ୍ତଙ୍କୁ ଅଚେତ ଅବସ୍ଥାରେ ଦେଖିଥିଲେ। ସେମାନଙ୍କୁ ଉଦ୍ଧାର ପଦ୍ମପୁର ଡାକ୍ତରଖାନାକୁ ନିଆଯାଇଥିଲେ। ତେବେ ଡାକ୍ତର ଧନୁର୍ଜୟ, ଶୁଖଦେବ ଓ ନିରଜଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇଜଣ ବର୍ତ୍ତମାନ ଚିକିତ୍ସାଧୀନ ରହିଛନ୍ତି।

Tags: #Lightning #Death #Bargarh #DuandishiVillage

LEAVE A REPLY

Please enter your comment!
Please enter your name here