ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ଟି-ଟ୍ଵେଣ୍ଟି ବିଶ୍ଵକପ ୨୦୨୪ର ଚାମ୍ପିୟନ ହୋଇଛି ଭାରତ। ଶନିବାର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଦ୍ୱିତୀୟଥର ପାଇଁ ବିଶ୍ବକପ୍ ଟ୍ରଫି ହାତେଇଛି ଟିମ୍ ଇଣ୍ଡିଆ। ଏଥିସହ ଦକ୍ଷିଣ ଆଫ୍ରିକା ଦଳର ପ୍ରଥମ ଥର ପାଇଁ ବିଶ୍ବ ଚାମ୍ପିୟନ ହେବାର ଆଶା ଧୂଳିସାତ୍ ହୋଇଛି।

ଟି ଟ୍ଵେଣ୍ଟି ବିଶ୍ଵକପ ଫାଇନାଲ ମ୍ୟାଚରେ ଭାରତ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୭୬ ରନ୍ କରିବାରେ ସଫଳ ହୋଇଥିଲା ଟିମ୍ ଇଣ୍ଡିଆ। ଭାରତ ପକ୍ଷରୁ ବିରାଟ କୋହଲୀ ସର୍ବାଧିକ ୭୬ ରନ୍ କରିଥିବାବେଳେ ଅକ୍ଷର ପଟେଲ ୪୭ ରନ୍ କରିଥିଲେ।

ଏହାପରେ ଦ୍ଵିତୀୟ ଇନିଂସରେ ୧୭୭ ରନର ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିଲା ଦାକ୍ଷିଣ ଆଫ୍ରିକା। ହେଲେ ଦଳ ୨୦ ଓଭରରେ ୮ ୱିକେଟ୍ ହରାଇ ଦଳ ୧୬୯ ରନ୍ କରିଥିଲା। ଦାକ୍ଷିଣ ଆଫ୍ରିକା ପକ୍ଷରୁ ହେନେରୀ କ୍ଲାସେନ୍ ସର୍ବାଧିକ ୫୨ ରନ୍ ସଂଗ୍ରହ କରିଥିଲେ। ଅନ୍ୟପଟେ ଭାରତ ପକ୍ଷରୁ ହାର୍ଦିକ ପାଣ୍ଡ୍ୟା ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ।

ଭାରତ ପାଇଁ ଏହା ହେଉଛି ୨୦୧୩ ପରେ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ। ଅନ୍ୟ ପଟେ ଦକ୍ଷିଣ ଆଫ୍ରିକାକୁ ଆଇସିସି ଟ୍ରଫି ହାସଲ କରିବା ପାଇଁ ଆହୁରି ଅନେକ ସମୟ ଅପେକ୍ଷା କରିବାକୁ ପଡ଼ିବ।

Tags: #ICCT20WorldCup #Final #IndiavsSouthAfrica #Cricket #Barbados #Sports #ICC

Comment