ଓଡ଼ିଶାଲାଇଭ୍ ବ୍ୟୁରୋ

ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ। ନିଜ କଣ୍ଠର ମିଠାପଣ ସହିତ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରୁଥିଲେ, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ବିଭୁ ଚେତନା ସୃଷ୍ଟି କରୁଥିଲା। ସେ ଗାଇଥିବା ଭକ୍ତିସଙ୍ଗୀତ ପ୍ରତି ଦେଶ ବିଦେଶରେ ଲୋକଙ୍କର ବେଶ୍ ଆଦର ରହିଛି। ତାଙ୍କ ଭଜନ ଓଡ଼ିଶାର କଳା ଓ ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇପାରିଛି।

ହେ ଚକାନୟନ..’ ହେଉଛି ଶାନ୍ତିଲତା ବାରିକ ଛୋଟରାୟଙ୍କର ଏକ ଲୋକପ୍ରିୟ ଭଜନ। ୧୯୭୮ ମସିହାରେ ରେକର୍ଡ ହୋଇଥିବା ଏହି ଗୀତଟି ଶ୍ରୋତାଙ୍କ ମହଲରେ ବେଶ ଆଦର ପାଇଛି। ଏହି ଗୀତଟିକୁ ଗାଇବା ବେଳେ ନିଜକୁ ମହାପ୍ରଭୁଙ୍କ ପାଖରେ ସମର୍ପଣ କରିଦେଇଥିଲେ ଶାନ୍ତିଲତା ବାରିକ।

ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ ରଥଯାତ୍ରା ଉପଲକ୍ଷେ ଶୁଣନ୍ତୁ ଶାନ୍ତିଲତା ବାରିକ ଛୋଟରାୟଙ୍କର ସେହି ଲୋକପ୍ରିୟ ଭଜନ ‘ହେ ଚକାନୟନ..’

Tags: #HeyChakanayana #ShantilataBarikChhotray #Singer #Bhajana #Rathajatra

LEAVE A REPLY

Please enter your comment!
Please enter your name here