ଓଡ଼ିଶାଲାଇଭ୍ ବ୍ୟୁରୋ

ବାର୍ବାଡୋସରୁ ସ୍ଵଦେଶ ଫେରିଛି ବିଶ୍ଵ ବିଜୟୀ ଭାରତୀୟ କ୍ରିକେଟ ଦଳ। ଗୁରୁବାର ସକାଳେ ସେମାନେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ହଜାର ହଜାର କ୍ରିକେଟପ୍ରେମୀ ଖେଳାଳିମାନଙ୍କୁ ଜୋରଦାର ସ୍ଵାଗତ କରିଥିଲେ।

ନୂଆଦିଲ୍ଲୀରେ ପାହାଞ୍ଚିବା ପରେ ଖେଳାଳିମାନେ ଗୁରୁବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଟି-ଟ୍ୱେଣ୍ଟି ବିଶ୍ଵକପ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଏହାପରେ ଟିମ୍ ଇଣ୍ଡିଆ ମୁମ୍ବାଇ ଅଭିମୁଖେ ଯାତ୍ରା କରିବେ। ଅପରାହ୍ଣ ୫ଟା ବେଳେ ମୁମ୍ବାଇରେ ଏକ ଖୋଲା ବସରେ ଦଳ ବିଜୟ ଶୋଭାଯାତ୍ରାରେ ଆସି ୱାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିବେ। ଏଠାରେ ଟିମ୍ ଇଣ୍ଡିଆର ଟି-ଟ୍ୱେଣ୍ଟି ବିଶ୍ଵକପ ବିଜୟ ପାଇଁ ବିସିସିଆଇ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଠାରେ ଖେଳାଳିମାନଙ୍କୁ ପୁରସ୍କାର ବିତରଣ କରାଯିବ।

ଟି-ଟ୍ୱେଣ୍ଟି ବିଶ୍ଵକପ ଗତ ଶନିବାରରୁ ଶେଷ ହୋଇଥିଲେ ମଧ୍ୟ ବାର୍ବାଡୋସରେ ବାତ୍ୟା ସକାଶେ ଭାରତୀୟ ଦଳ ସେଠାରେ ଫସି ରହିଥିଲା। ପାଗ ଖରାପ ଯୋଗୁଁ ସେଠାକୁ ୩ ଦିନ ଧରି ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା। ଟିମ୍ ଇଣ୍ଡିଆର ଖେଳାଳିମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ବିସିସିଆଇ ପକ୍ଷରୁ ସ୍ଵତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଥିଲା।

Tags: #IndianCricketTeam #WorldChampions #TeamIndia #BCCI #Sports

LEAVE A REPLY

Please enter your comment!
Please enter your name here