ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଅନନ୍ୟ ପରମ୍ପରା ହେଉଛି ଛେରାପହଁରା। ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ନୀତି ସମ୍ପନ୍ନ କରିଛନ୍ତି। ସେ ୩ ରଥରେ ସୁବର୍ଣ୍ଣ ଖଡ଼ିକାରେ ଛେରାପହଁରା କରିଛନ୍ତି।
ଛେରାପହଁରା ନୀତି କରିବାକୁ ଶ୍ରୀନଅରରୁ ଆସିଥିଲେ ଗଜପତି ମହାରାଜା। ତାମଯାନରେ ବସି ସେ ରଥପାଖରେ ପହଞ୍ଚିଥିଲେ। ସେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ରଥ ତାଳଧ୍ୱଜ ରଥରେ ଛେରାପହଁରା କରିଥିଲେ। ଏହାପରେ ନନ୍ଦିଘୋଷ ରଥରେ ଓ ଶେଷରେ ଦର୍ପଦଳନ ରଥରେ ଛେରାପହଁରା ହୋଇଥିଲା।
ଏବେ ଛେରାପହଁରା ପରେ ରଥରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇ ଘୋଡ଼ା ଜୋଖା ହେବ। ଏହାପରେ ଆରମ୍ଭ ହେବ ରଥଟଣା।
Tags: #RathaYatra #Cherapanhara #GajapatiMaharaja #ShreeGundichaJatra #Puri #ShreeKhetra #SriJagannath
















