ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଲାଗୁ ହେବ ପ୍ରଧାନମନ୍ତ୍ରୀ ସ୍କୁଲ ଫର ରାଇଜିଂ ଇଣ୍ଡିଆ (ପିଏମଶ୍ରୀ) ଯୋଜନା। ଏଥିପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏ ନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।

ଏହି ଯୋଜନାରେ ଓଡ଼ିଶାର ସବୁ ପୌରାଞ୍ଚଳ ଓ ବ୍ଲକରେ ଦୁଇଟି ଲେଖାଏଁ ବିଦ୍ୟାଳୟକୁ ପିଏମଶ୍ରୀ ଯୋଜନାରେ ସାମିଲ କରି ଉନ୍ନତିକରଣ କରା‌ଯିବ। ଏଥିରେ ରାଜ୍ୟର ପାଖାପାଖ ୮ଶହ ବିଦ୍ୟାଳୟର ରୂପାନ୍ତରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏବଂ ଓଡ଼ିଶା ଶିକ୍ଷା ସଚିବଙ୍କ ଉପସ୍ଥିତି ପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା।

କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ବିଭିନ୍ନ ସ୍ଵାୟତ୍ତ ଅନୁଷ୍ଠାନଙ୍କ ଦ୍ଵାରା ପରିଚାଳିତ ସ୍କୁଲଗୁଡ଼ିକର ଭିଭିଭୂମି ଓ ଗୁଣବତ୍ତା ବୃଦ୍ଧି କରିବା ପାଇଁ ପିଏମଶ୍ରୀ ଯୋଜନାରେ ଲକ୍ଷ୍ୟ ରଖାଯାଇଛି। ସେହିପରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି, ବୈଜ୍ଞାନିକ ମନୋଭାବକୁ ବଢ଼ାଇବା, କଳା ବିଜ୍ଞାନ ବିଜ୍ଞାନ ସାହିତ୍ୟରେ ସୃଜନଶୀଳତା ବଢ଼ାଇବା ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ବୃଦ୍ଧି ଯୋଜନାର ଲକ୍ଷ୍ୟ ରହିଛି।

ଏ ପର୍ଯ୍ୟନ୍ତ ଦେଶର ଅନେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟାଳୟ ସମେତ ନବୋଦୟ ବିଦ୍ୟାଳୟ ସମିତି ଓ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପିଏମଶ୍ରୀ ଯୋଜନା ପାଇଁ ବୁଝାମଣାପତ୍ର ପତ୍ର ସ୍ୱାକ୍ଷର କରିଛନ୍ତିI

Tags: #PMSRISchool #Education #Students #SMEOdisha #MinistryofEducation

LEAVE A REPLY

Please enter your comment!
Please enter your name here