ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମକୁ ଏବେ ଜାଗିବେ ବିରୋଧୀ ବିଧାୟକ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେଡିର ସମସ୍ତ ବିଧାୟକଙ୍କ ମଧ୍ୟରେ ଏହି ଜଗିବା ଦାୟିତ୍ଵ ନେଇ ବିଭିନ୍ନ ବିଭାଗ ବାଣ୍ଟିଛନ୍ତି। ସେମାନେ ବିଭାଗଗୁଡ଼ିକର ସଫଳ କାର୍ଯ୍ୟକାରିତା ବିଷୟରେ ବିଧାନସଭାରେ ସରକାରଙ୍କୁ ପ୍ରଶ୍ନ କରିବେ। ରାଜ୍ୟରେ ବିରୋଧୀ ଦଳ ଭାବେ ସକ୍ରିୟ ଭୂମିକା ନିର୍ବାହ କରିବା ଦିଗରେ ଏହି ପଦକ୍ଷେପ ନିଆଯାଇଥିବା ବିଜେଡି ପକ୍ଷରୁ କୁହାଯାଇଛି।

“ବିରୋଧୀ ଦଳ ହେଉଛି ଜନସାଧାରଣଙ୍କ ସ୍ୱାର୍ଥର ଜାଗ୍ରତ ପ୍ରହରୀ। ଓଡିଶାବାସୀଙ୍କ ସ୍ୱରକୁ ବିଧାନସଭାରେ ଦୃଢ଼ ଭାବେ ପ୍ରତିଧ୍ୱନିତ କରିବା ତଥା ଜନତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଉପରେ ନଜର ରଖିବେ ବିଜେଡି ବିଧାୟକ। ସେମାନେ ବିଭାଗର କାର୍ଯ୍ୟକ୍ରମ ଉପରେ ନଜର ରଖିବା ଏହାର ସଫଳ କାର୍ଯ୍ୟକାରିତା ବିଷୟରେ ବିଧାନସଭା ଅଧିବେଶନରେ ସରକାରଙ୍କୁ ପ୍ରଶ୍ନ କରିବେ”, କହିଛନ୍ତି ନବୀନ ପଟ୍ଟନାୟକ।

ଜାଣନ୍ତୁ କାହାକୁ ମିଳିଲ କେଉଁ ବିଭାଗର ଦାୟିତ୍ଵ

୧. ରଣେନ୍ଦ୍ର ପ୍ରତାପ ସ୍ଵାଇଁ – ରାଜସ୍ଵ ଓ ବିପର୍ଜୟ ପରିଚାଳନା ବିଭାଗ

୨. ପ୍ରମିଳା ମଲ୍ଲିକ – ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ସଂସଦୀୟ ବ୍ୟାପାର ବିଭାଗ   

୩. ବଦ୍ରି ନାରାୟଣ ପାତ୍ର – ମହିଳା ଓ ଶିଶୁ ବିକାଶ ବିଭାଗ

୪. ନିରଞ୍ଜନ ପୂଜାରୀ – ଗୃହ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ

୫. ଅଶ୍ଵିନୀ କୁମାର ପାତ୍ର – ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ

୬. ପ୍ରତାପ କେଶରୀ ଦେବ – ସାଧାରଣ ପ୍ରଶାସନ ବିଭାଗ

୭. ଅରୁଣ କୁମାର ସାହୁ – ଜଳ ସମ୍ପଦ ବିଭାଗ

୮. ସାରଦା ପ୍ରସାଦ ନାୟକ – ଶିଳ୍ପ ବିଭାଗ

୯. ପ୍ରସନ୍ନ ଆଚାର୍ଯ୍ୟ – ଅର୍ଥ ଓ ସାର୍ବଜନୀନ ଉଦ୍ୟୋଗ ବିଭାଗ

୧୦. ବ୍ରଜ କିଶୋର ପ୍ରଧାନ – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

୧୧. ରାଜେନ୍ଦ୍ର ଢୋଲକିଆ – ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

୧୨. ମନୋହର ରନ୍ଧାରି – ଅନୁସୂଚୀତ ଜନଜାତି

୧୩. ଯୋଗେଶ କୁମାର ସିଂହ – ଅନୁସୂଚୀତ ଜନଜାତି  

୧୪. ବ୍ୟୋମକେଶ ରାୟ – ପୂର୍ତ୍ତ ବିଭାଗ

୧୫. ଦିବ୍ୟଶଙ୍କର ମିଶ୍ର – ଶକ୍ତି ବିଭାଗ

୧୬. ଗଣେଶ୍ଵର ପାତ୍ର – ଇସ୍ପାତ ଓ ଖଣି ବିଭାଗ

୧୭. ବର୍ଷା ସିଂ ବରିହା – ମିଶନ୍ ଶକ୍ତି ବିଭାଗ

୧୮. ସନାତନ ମହାକୁଡ଼ – କୃଷି ଓ କୃଷକ ସଶକ୍ତିକରଣ

୧୯. ସଞ୍ଜୀବ କୁମାର ମଲ୍ଲିକ – ଏମଏସଏମଇ ବିଭାଗ

୨୦. କଲିକେଶ ନାରାୟଣ ସିଂହଦେଓ – ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

୨୧. ଅଧିରାଜ ମୋହନ ପାଣିଗ୍ରାହୀ – ଆଇନ ବିଭାଗ

୨୨. ପ୍ରଦୀପ କୁମାର ଦିଶାରି – ଅନୁସୂଚୀତ ଜାତି

୨୩. ଚକ୍ରମଣି କହଁର – ଅନୁସୂଚୀତ ଜନଜାତି

୨୪. ଦେବୀରଞ୍ଜନ ତ୍ରିପାଠୀ – ଗ୍ରାମ୍ୟ ଉନ୍ନୟନ ବିଭାଗ

୨୫. ଶୌଭିକ ବିଶ୍ଵାଳ – ଏସଏସଇପିଡି

୨୬. ପ୍ରଶାନ୍ତ ବେହେରା – ଅବକାରୀ ବିଭାଗ

୨୭. ଧ୍ରୁବ ଚରଣ ସାହୁ – ପର୍ଯ୍ୟଟନ ବିଭାଗ

୨୮. ତୁଷାରକାନ୍ତି ବେହେରା – ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ

୨୯. ଅନନ୍ତ ନାରାୟଣ ଜେନା – ଓଡ଼ିଆ ଭାଷ ସାହିତ୍ୟ ଓ ସଂସ୍କୃତି ବିଭାଗ

୩୦. ସୁଶାନ୍ତ କୁମାର ରାଉତ – କ୍ରୀଡ଼ା ଓ ଯୁବସେବା ବିଭାଗ

୩୧. ବିଭୁତି ଭୂଷଣ ବଲବନ୍ତରାୟ – ବାଣିଜ୍ୟ ଓ ପରିବହନ ବିଭାଗ

୩୨. ରମେଶ ଚନ୍ଦ୍ର ବେହେରା – ଉଚ୍ଚଶିକ୍ଷା ବିଭାଗ

୩୩. ରୋହିତ ଯୋଶେଫ ତିର୍କୀ – ସଂଖ୍ୟାଲଘୁ ସମ୍ପ୍ରଦାୟ ବ୍ୟପାର

୩୪. ସୁଦର୍ଶନ ହରିପାଲ – ବୟନ

୩୫. ରୋମାଞ୍ଚ ରଞ୍ଜନ ବିଶ୍ଵାଳ – ଯୋଜନା ଓ ସମନ୍ଵୟ ବିଭାଗ

୩୬. ଅଭିମନ୍ୟୁ ସେଠୀ – ପୂର୍ତ୍ତ ବିଭାଗ

୩୭. ଗୌତମ ବୁଦ୍ଧ ଦାସ – ସୂଚନା ଓ ଲୋକସମ୍ପର୍କ ବିଭାଗ

୩୮. ସୁବାସିନୀ ଜେନା – ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ

୩୯. ମାଧବ ଧଡା – ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ

୪୦. ବିଶ୍ୱରଞ୍ଜନ ମଲ୍ଲିକ – ଶ୍ରମ ଓ ଇଏସଆଇ ବିଭାଗ

୪୧. ସୁଜାତା ସାହୁ – ମିଶନ୍ ଶକ୍ତି ବିଭାଗ

୪୨. ନଳିନୀକାନ୍ତ ପ୍ରଧାନ – ଗୃହ ନିର୍ମାଣ ଓ ନଗର ଉନ୍ନୟନ

୪୩. ମନୋରମା ମହାନ୍ତି – ମହିଳା ଓ ଶିଶୁ ବିକାଶ ବିଭାଗ

୪୪. ଅରବିନ୍ଦ ମହାପାତ୍ର – ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ

୪୫. ରାମାକାନ୍ତ ଭୋଇ – ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ

୪୬. ସାରଦା ପ୍ରସନ୍ନ ଜେନା – ସମବାୟ ବିଭାଗ

୪୭. ସୁନିଲ କୁମାର ମହାନ୍ତି – ପର୍ଯ୍ୟଟନ ବିଭାଗ

୪୮. ନବ କିଶୋର ମଲ୍ଲିକ – ଗ୍ରାମ୍ୟ ଉନ୍ନୟନ ବିଭାଗ

୪୯. ପ୍ରଦୀପ କୁମାର ସାହୁ – ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ

୫୦. ରୂପେଶ କୁମାର ପାଣିଗ୍ରାହୀ – ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

Tags: #BJD #NaveenPatnaik #MLA #Department #Politics #Odisha                     

Comment